ମାଲକାନାଗିରି : (ଆଜତକ୍ ଓଡ଼ିଶା) ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ମାଟିଲଗ୍ନା ସାହିତ୍ଯ ସଂସଦ, ଓଡିଶା ଆନୁକୁଲ୍ଯରେ ସଭାପତି କିଶୋର ପ୍ରଧାନଙ୍କ ଅଧ୍ଯକ୍ଷତାରେ ନୂଆଦିଲ୍ଲୀ ହଜଖସ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ 'ରାଷ୍ଟ୍ରୀୟ ଶାରଦୀୟ ସାହିତ୍ଯ ସମାରୋହ' ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି- ଇଂ ବି.ଗଣେଶ, ମୁଖ୍ଯବକ୍ତା- ପ୍ରଫେସର ଡ. ଶୈଳେନ୍ଦ୍ର କୁମାର ସ୍ବାଇଁ,ବିଶିଷ୍ଟ ଅତିଥି- ପ୍ରଫେସର ସରୋଜ ରଥ, ସମ୍ମାନିତ ଅତିଥି-ଶ୍ରୀଯୁକ୍ତ ବିପୀନ ଦଳାଇ ଏବଂ ସମାଜସେବୀ ଅର୍ଚ୍ଚନା ପରିଡା ମଞ୍ଚାସୀନ ଥିଲେ ।ସରୋଜ ରଣବିଡା ସ୍ବାଗତ ସଂଗୀତ ଗାନ କରିଥିଲେ ।ଆନ୍ତର୍ଜାତୀୟ ସଂଯୋଜକ ଅଧ୍ଯାପକ ସମୀର କୁମାର ମହାପାତ୍ର ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଉପଦେଷ୍ଟା ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ ଜୟନ୍ତ ମହାଲିକ ଧନ୍ଯବାଦ ଅର୍ପଣ କରିଥିଲେ ।ମାଟିଲଗ୍ନା ଓଡିଶାରୁ ୧୭ଜଣ ପ୍ରତିନିଧିତ୍ବ କରିଥିବା ସହ ଦିଲ୍ଲୀରୁ ୪୫ ଜଣ ଓଡ଼ିଆ ସହ ଅନ୍ଯ ରାଜ୍ଯରୁ ମଧ୍ଯ ଯୋଗ ଦେଇଥିଲେ ।ଓଡିଆ ମାଟିର ଗର୍ବ, ଗୌରବ, ସାହିତ୍ଯ, ସଂସ୍କୃତି ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ଯ ପ୍ରଦାନ କରିଥିଲେ ।

Post a Comment