ଶିରିଡି ସାଇଙ୍କ ମହା ସମାଧି ଦିବସ ପାଳିତ


ଜଳେଶ୍ୱର, ୨୬ ।୧୦ (ଜଗନ୍ନାଥ ଗୋଛାୟତ): ଶ୍ରଦ୍ଧା, ନମ୍ରତା ଓ ଶାନ୍ତିର ପ୍ରତୀକ ଶ୍ରୀ ଶ୍ରୀ ଶିରିଡି ସାଇ ଦଶହରା ତିଥିରେ ମହା ସମାଧି ନେଇଥିଲେ । ତାଙ୍କର ସେହି ମହା ସମାଧି ଦିବସ ଜଳେଶ୍ୱର ଚନ୍ଦନା ସ୍ଥିତ ସାଇ ମନ୍ଦିରରେ ଦଶହରା ଦିନ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା ଆରାଧନା, ହୋମଯଜ୍ଞ, ଗୁରୁ ବନ୍ଦନା ସହିତ ସ୍ତବନ ମଂଜରୀ ପଠନ ହୋଇଥିଲା । ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ବହୁ ଭକ୍ତ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିରିଡି ସାଇ ଅର୍ଚ୍ଚନାଟ୍ରଷ୍ଟ ସଂପାଦକ ଭାସ୍କର ରଂଜନ ସ୍ୱାଇଁ, ଉପ ସଭାପତି ସୁରେଶ କୁମାର ସାହୁ, ସହ ସଂପାଦକ ସୁବ୍ରତ କୁମାର ରଣା, କୋଷାଧ୍ୟକ୍ଷ ବିକାଶ କୁମାର ଧର, ବଳରାମ ପାଳ, ଦୀପକ ସାହୁ, ସାଧୁଚରଣ ପରିଡା, ଅଂଜନ ଦେ, ରାଜେଶ ଖଟୁଆ, ଅରକ୍ଷିତ ସାହୁ, ବିଶ୍ୱଜିତ ସାହୁ, ଦେବଜିତ ପ୍ରଧାନ, ତପନ ପାତ୍ର, ପ୍ରଶାନ୍ତ ସାମଲ, ପ୍ରବୀର ପ୍ରଧାନ, ସତ୍ୟପ୍ରକାଶ ପାଳ, ବିବେକ ଜୈନ, ରବିନ୍ଦ୍ର ଧଳ ପ୍ରମୁଖ ପରିଚାଳନା କରିଥିଲେ ।

Post a Comment

Previous Post Next Post