କନ୍ଦେଈ ଛାପର ଗ୍ରାମରେ ଜଙ୍ଗଲ ସୁରକ୍ଷା ସଚେତନତା


ଲାଠୋର  ୨୬/୧୦ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଅଧୀନସ୍ଥ କନ୍ଦେଇ ଛାପର ଗ୍ରାମ ପ୍ରହରୀ ମଣ୍ଡପ ପରିସରରେ ସ୍ବେଚ୍ଛାସେବୀ ଅରୁଣ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ନିକଟରେ ଥିବା ପାଢ଼େଲ ଓ ଝଳା ଜଙ୍ଗଲ ଏବେ ଶୂନ୍ୟ ଅବସ୍ଥା ହେଲାଣି ସେଥି ଯୋଗୁଁ ଗ୍ରୀଷ୍ମ ଦିନେ ବହୁ ଉଷ୍ମତାର ପ୍ରଭାବ ପଡ଼ି ଥାଏ। ଏହି ଜଙ୍ଗଲ ଗୁଡ଼ିକୁ ସୁରକ୍ଷା ଓ ବୃକ୍ଷ ରୋପଣ କରି ଯତ୍ନ ନ ନେଲେ ଆଗାମୀ ଦିନରେ ଅଞ୍ଚଲରେ ଆହୁରି ସମସ୍ୟା ଦେଖାଯିବ। ସହିତ ନିଜେ ବଞ୍ଚିବା କଷ୍ଟକର ହେବ, ଏହା ସହିତ ପ୍ରତ୍ୟେକ ଘରରେ ସଜନା ଓ ଅମୃତଭଣ୍ଡା ଗଛ ଲଗେଇ ଏହାର ଲାଭ ଉଠେଇବା ସହ ଶିଶୁ ମlତୃ ମୁତ୍ୟୁ ହାର କିପରି କମିବ, ଖାଦ୍ୟ ଆହାର ପ୍ରତି ସଚେତନ ପାଇଁ ପରାମର୍ଶ ଦେଇ ଥିଲେ। ଏହି ଅବସରରେ ସାବାସ ଅନୁଷ୍ଠାନର ସଭାପତି କପିଳ ସୁନା ଙ୍କ ସହ ଗ୍ରାମର ଏସଏଚଜି ମହିଳା ଖିରବତି ଭଇଁଶାଲ, ଉମା ସାଣ୍ଡ, କେତକୀ ପୋଢ଼, ଉଷା ଭଇଁଶାଲ, ଦୂର ବାଗ, ସତ୍ୟଭାମା ବାଗ ଙ୍କ ସହ ସିଆରପି ବନିତା ପୋଢ଼, ଗାଁ ସାଥି ହିଙ୍ଗୁଳା ନାଗ, ଆଶା କର୍ମୀ ରୁକ୍ମଣୀ ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post