ବାକି ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭଯୋଗ


ବସ୍ତା , ୨୭/୧୦ (ପ୍ରଭାକର ମଲ୍ଲିକ) : ବାକି ଟଙ୍କା ମାଗିବାରୁ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ, ଯୁବକ ଙ୍କୁ ନିର୍ଧୁମ ପିଟିବା ସହ ଏକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି କିଆ ବୁଦା ମୂଳ ରେ ଫିଙ୍ଗି ଦେଇଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତିପୁରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଚଣ୍ତିପୁର ଗ୍ରାମର ଗୋପାଳ ମୁଖି ଗତକାଲି ରାତି ରେ ଧିତିପୁରା ଗ୍ରାମରେ ଜନୈକ ବ୍ଯକ୍ତି ଙ୍କ ଘରକୁ ବାକି ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ପରିବାର ଲୋକେ ଗୋପାଳ ଙ୍କୁ ଦଉଡି ରେ ବାନ୍ଧି ପକାଇବା ସହ ବାଉଁଶ ଠେଙ୍ଗାରେ ନିର୍ଧୁମ ପିଟିଥିଲେ, ଆକ୍ରମଣ ରେ ଗୋପାଳ ଗୁରୁତର ହୋଇ ଚେତାଶୂନ୍ଯ ହୋଇଯିବା ରୁ ସେ ମରି ଯାଇଥିବା ଭାବି ତାକୁ ନେଇ କିଛି ଦୂରରେ ଥିବା କିଆ ବୁଦା ମୂଳ ରେ ଫିଙ୍ଗୀ ଦେଇ ଥିଲେ, ଆଜି ସକାଳେ ଗ୍ରାମର କିଛି ଲୋକେ ଗୋପାଳ ସଜ୍ଞାହୀନ ଅବସ୍ଥାରେ ପଡି ଥିବା ର ଦେଖି ତାଙ୍କ ପରିବାର ଲୋକ ଏବଂ ବସ୍ତା ପୋଲିସ କୁ ଖବର ଦେଇ ଥିଲେ, ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଗୋପାଳ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ହସପିଟାଲ କୁ ପଠାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି । ତେବେ ବାକି ଟଙ୍କା ନୁହେଁ ପରକୀୟା ପ୍ରିତୀ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟି ଥିବା ଚର୍ଚ୍ଚା ହେଉଛି , ତେବେ ଗୋପାଳ ଙ୍କ ପରିବାର ଲୋକେ ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିବା ସହ ନ୍ଯାୟ ପାଇଁ ଦାବି କରିଛନ୍ତି ।

Post a Comment

Previous Post Next Post