ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଡକୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା


ବଲାଙ୍ଗୀର ୨୭/୧୦ (ଗଣେଶ ଦାସ) ବଲାଙ୍ଗୀର ସଦାଇପାଲି ସ୍ଥିତ ସୁଶ୍ରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ସାଇଟ ) ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଶିବିରରେ ଏନସିସି କ୍ୟାଡେଡକୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୧୧- ଓଡିଶା ବିଏନ ଏନସିସି, କମାଣ୍ଡିଂ ଅଫିସର କର୍ଣ୍ଣେଲ କେଦାରନାଥ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମରେ ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର,ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ, ନୂଆପଡ଼ା ପ୍ରମୁଖ ୧୦ ଟି ଜିଲ୍ଲାର ମୋଟ - ୫୯୯ ଜଣ ଏନସିସି କ୍ୟାଡେଡ ଯୋଗଦେଇଥିଲେ ।



ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼ର ରଶ୍ମି ରାଣୀ ଦାଶ, ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର, ଫାଷ୍ଟ ଏଡର ପ୍ରଭାକର ଛନ୍ଦ, ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ଯଦୁମଣୀ ବଗର୍ତ୍ତୀ, ଫାଷ୍ଟ ଏଡର ହେମନ୍ତ କୁମାର ସାମଲ, ରାଜ୍ୟ ରକ୍ଷକ ମାଷ୍ଟର ଟ୍ରେନର ରାମ ନାରାୟଣ ଦାଶ ଯୋଗଦେଇ ପ୍ରାଥମିକ ଚିକିତ୍ସା, ବିପତ୍ତି ଓ ବିପର୍ଯ୍ୟୟ , ଗୁଡ଼ ସମରୀଟେଣ୍ଡ ବିଷୟରେ ତାଲିମ ପ୍ରଦାନ କରିଥିଲେ । ବିପତ୍ତି ଓ ବିପର୍ଯ୍ୟୟ , ପ୍ରାଥମିକ ଚିକିତ୍ସା, ଗୁଡ଼ ସମରୀଟେଣ୍ଡ ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋନଷ୍ଟ୍ରେସନ ମାଧ୍ୟମରେ ରିକଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ଅନ୍ଧବିଶ୍ୱାସରୁ ଦୁରେଇ ବୈଜ୍ଞାନିକ ପଦ୍ଧତି ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ । ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏନସିସି ଅଫିସର ରମାଇଁ ରଞ୍ଜନ ସା ଧନ୍ୟବାଦ ଅର୍ପଣ କରିଥିଲେ ।



Post a Comment

Previous Post Next Post