ସାପ କାମୁଡାରେ ଆଖି ବୁଜିଲା ପାଞ୍ଚ ବର୍ଷର ଶିଶୁ ପୁତ୍ର । ଡାକ୍ତର ନଥିବାରୁ ଚିକିତ୍ସା ଅଭାବରୁ ଚାଲିଗଲା ନିରୀହ ଜୀବନ


ବାଲିଆପାଳ, ୨୭/୧୦ (ପ୍ରଭାକର ମଲ୍ଲିକ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପାଉଁଶକୁଲି ଗ୍ରାମ ପଞ୍ଚାୟତ ର ନାବଦା ଗ୍ରାମରେ ଅଘଟଣ।ବିଷାକ୍ତ ନାଗ ସାପ କାମୁଡ଼ାରେ ପାଞ୍ଚ ବର୍ଷର ନାବାଳକ ମୃତ। ସୂଚନା ରୁ ପ୍ରକାଶ କି ଆଜି ସକାଳ ସମୟରେ ଭବେନ୍ଦ୍ର ପାତ୍ରଙ୍କ ପାଞ୍ଚ ବର୍ଷର ପୁଅ ସ୍ବରାଜ ପାତ୍ର ଘର ଅଗଣାରେ ଖେଳୁ ଥିବା ବେଳେ ସର୍ପାଘାତ ହୋଇଥିଲା। କିନ୍ତୁ ସ୍ବରାଜ ପାତ୍ର ଜାଣି ପାରିନଥିଲେ। ଘର ଲୋକ ସ୍ବରାଜର ଗୋଡ଼ ବଥା ଓ ରକ୍ତ ବାହାରୁଥିବାରୁ ସ୍ବରାଜ କୁ କଣ ହେଇଛି ବୋଲି ପଚାରିଥିଲେ।ସ୍ବରାଜ କହିଥିଲେ କଣ ଗୋଟେ ମୋତେ କାମୁଡି ଦେଇ ପଳେଇ ଗଲା। ତୁରନ୍ତ ପରିବାର ଲୋକେ ପାଉଁଶକୁଲି ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ପାଉଁଶକୁଲି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ଆସିଷ୍ଟାଣ୍ଟ କର୍ମଚାରୀ ପଟି କରି ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନେବାପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ, ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ବସ୍ତା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Post a Comment

Previous Post Next Post