ଲଙ୍ଗଳେଶ୍ଵର ବନବିଭାଗ ମଧୁଚନ୍ଦ୍ରିକାରେ ଚାଲିଛି ୨୬ ଟି ବେଆଇନ୍ କାଠକଟା ମିଲ୍


ବାଲିଆପାଳ , ୨୭/୧୦ (ପ୍ରଭାକର ମଲ୍ଲିକ): ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ଵର ବନବିଭାଗ ଅଧିନରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଞ୍ଚଳରେ ବେଆଇନ୍ କରତକଳ ଚାଲୁଥିବାର ସୂଚନା ମିଳିଛି। ତେବେ ଲଙ୍ଗଳେଶ୍ଵର ବନବିଭାଗ ଓ କରତକଳ ମାଲିକଙ୍କ ମଧୁଚନ୍ଦ୍ରୀକାରେ ଏହି କରତକଳ ଗୁଡିକ ଚାଲୁଥିବାର ଜାଣିବାକୁ ମିଳିଛି। ତେବେ ବାଲିଆପାଳ ବ୍ଲକ ରେ ପାଖାପାଖି ୨୬ ଟି କରତକଳ ବେଆଇନ୍ ଭାବରେ ଚାଲୁଅଛି। ତେବେ ସ୍ଥାନୀୟ ବନବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି। ବାଲିଆପାଳ ବ୍ଲକ ସାଧାରଣତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଉପକୂଳର ସୁରକ୍ଷାପାଇଁ ଝାଉଁ ଜଙ୍ଗଲ ବନବିଭାଗ ଦ୍ବାରା ସୃଷ୍ଟି କରାଯାଇଥିବା ବେଳେ ବହୁ ମୂଲ୍ୟବାନ ଗଛ ମଧ୍ୟ ଲଗାଯାଇଛି। ତେବେ କିଛି କାଠ ମାଫିଆ ବନବିଭାଗ କୁ ହାତବାରିସି କରି ପ୍ରତିଦିନ ସରକାରୀ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟିବା ସହିତ ସ୍ଥାନୀୟ କରତକଳ ଗୁଡିକରେ ଚିରି ପଶ୍ଚିମବଙ୍ଗ ଚାଲାଣ କରାଯାଉଛି। ତେବେ ଦିନକୁ ଦିନ ଜଙ୍ଗଲରୁ ମୂଲ୍ୟବାନ ଗଛ ଗୁଡ଼ିକ ଉଭାନ୍ ହେଉଥିବା ବେଳେ ସମୁଦ୍ର କୂଳ ଗ୍ରାମରେ ଅସୁରକ୍ଷା ବଢିବାରେ ଲାଗିଛି। ତେବେ ବେଆଇନ୍ କରତକଳ ମାଲିକ ମାନେ ମଧ୍ୟ କାଠମାଫିଆଙ୍କୁ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କାଠମାଫିଆ ମାନେ ଏବେ ରାସ୍ତା କଡରେ ଥିବା ସରକାରୀ ଗଛ ଉପରେ ଲୋଲୁପ ଦୃଷ୍ଟି ପକାଇ ସରକାରୀ ରାସ୍ତା କଡରୁ ମୂଲ୍ୟବାନ ଗଛ କାଟି ସ୍ଥାନୀୟ କରତ କଳରେ ଚିରୁଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ତହସିଲଦାର ବନବିଭାଗ ମୁକ , କାଲ , ବଧିର ଓ ନୀରବଦ୍ରଷ୍ଟା ସାଜିଥିବାର ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଲଙ୍ଗଳେଶ୍ଵର ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ କରତକଳ ବେଧଡକ୍ ଦିନରାତି ଚାଲିଥିଲା ବେଳେ ବନବିଭାଗ ନିଦାବିଷ୍ଣୁ ସାଜିଛି।ସେପଟେ ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଭଁଅରେଶ୍ବର୍, ଗୋବିନ୍ଦପୁର ଗ୍ରାମରେ ବେଧଡକ୍ କରତକଳ ଚାଲିଛି। ତେବେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ୍ୟ।ଏପରି ବେଆଇନ୍ କାର୍ଯ୍ୟ ଉପରେ ପ୍ରଶାସନ କଟକଣା ନଲଗାଏ ତେବେ ଧୀରେ ଧୀରେ ଜଙ୍ଗଲ ସଫା ହୋଇଯିବାର ସାଧାରଣରେ ଚର୍ଚା ଯୋର୍ ଧରିଛି। ତେବେ ବାଲିଆପାଳ ବ୍ଲକ ରେ ବିଭିନ୍ନ ଅଞ୍ଚଳରେ ବେଆଇନ୍ କରତକଳ ଉପରେ ଅଙ୍କୁଶ ଲଗାଇବା ପାଇଁ ସାଧାରଣରେ ଦାବି ଯୋର ଧରିଛି।

Post a Comment

Previous Post Next Post