ଖଡୁପାଣୀ ସିଆରପିଏଫ କ୍ୟାମ୍ପ ରେ ଯବାନ ଙ୍କ ଆତ୍ମହତ୍ୟା


ନୂଆପଡ଼ା (ପ୍ରମେଶ୍ଵର୍ ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡୁପାଣି କେମ୍ପର F19 ର ଯବାନ ନିଜସ୍ଵ ସର୍ଭିସ AK7 ରାଇଫଳରେ ଗୁଳିଚଲାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମତେ ଆଜି ସକାଳ ୯ ଟା ସମୟରେ ନିଜ କୋଠରୀରେ କେହି ନ ଥିବା ସମୟରେ ଉକ୍ତ ଘଟଣାଟି ଘଟିଥିବା ସୂଚନା ରହିଛି। ସେ ତାମିଲନାଡୁ ସହର ର ଯବାନ ଶବ ଇନ୍ସପେକ୍ଟର ଡ଼ି ଗୁନ୍ନ ଶେଖରନ୍ ବୋଲି ଜଣା ପଡ଼ିଛି। ଉକ୍ତ ଘଟଣା ଘଟିବା ପରେ ଘଟଣା ସ୍ଥଳକୁ ନୂଆପଡ଼ା ଆରଖି ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲ ରେଡ଼ି, ଖଡିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା, ବୋଡେ଼ନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ ବୋଡେ଼ନ ତହସିଲଦାର ସରିତା ଗୁପ୍ତା CRPF ଡ଼ିଆଇଜି ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଉ ଥିବା ସୂଚନା ମିଳିଛି।

Post a Comment

Previous Post Next Post