ପାଟଣାଗଡ଼ ୨୪/୯ (ଗଣେଶ ଦାସ) ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ତଥା କୃଷି ଭିତ୍ତିକ ପର୍ବ ନୁଆଁଖାଇ ସରି ଯାଇଛି । ନୁଆଁଖାଇ ସରିଯିବା ପରେ ପରେ ଏବେ ଗାଁ ଗାଁ ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଧିନସ୍ଥ କୁତମୁଣ୍ଡାରେ ସ୍ବେଛାସେବୀ ଯୁବ ସଂଘ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ କୁମାରୀ ସନ୍ତୋଷିନୀ କୁମ୍ଭାର (CT/GST-ଅଫିସର, ବରଗଡ଼ ), ମୁଖ୍ୟବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମେହେର(ପୂର୍ବତନ ପ୍ରଧାନ ଶିକ୍ଷକ )ଏବଂ ସମ୍ମାନିତ ଅତିଥି ଭାବରେ ନରେନ୍ଦ୍ର ମେହେର (ଗଁତିଆ ), ତେଜରାଜ ମେହେର (ସମାଜସେବୀ ), ଘନ ଶ୍ୟାମ ମେହେର (ହିନ୍ଦୀ ଶିକ୍ଷକ ) ମଞ୍ଚାସିନ ଥିଲେ । ପ୍ରଥମେ ମାଁ ସମଲେଇଙ୍କ ଠାରେ ଝାଙ୍କର ପୂଜାର୍ଚନା କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ନୃତ୍ୟ, ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଗ୍ରାମର ଯବାନ ମାନଙ୍କୁ ଏବଂ ରକ୍ତଦାତା ସମ୍ମାନ ଭଜରାଜ ଖୁଟୁଳାଙ୍କୁ ଉପ-ଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ମାନପତ୍ର ପଠନ କରିଥିଲେ ଭଗବାନ ମେହେର । ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୁଆଁଖାଇ ବିଷୟରେ ଅତିଥିବୃନ୍ଦ ଗାଁରେ ଭାଇ ଚାରାର ବୃଦ୍ଧି ପାଉଛି ବୋଲି ଉଚ୍ଚ ପ୍ରଶଂସା କରି ନିଜ ନିଜ ମତ ପ୍ରକାଶ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଭେଳାରାମ କୁମ୍ଭାର (ହିମାଂଶୁ )ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସାତକୁଆଁରୀ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ର ପ୍ରହଲ୍ଲାଦ କୁମ୍ଭାର, ପ୍ରଶାନ୍ତ ସାହୁ, ସ୍ୱାଧୀନ ଦେହରି, ନରେଶ ଛତର, ସୁଶୀଲ ମେହେର, ଶିବ ପ୍ରସାଦ ପଟେଲ, କୁଞ୍ଜବନ,ପ୍ରହଲ୍ଲାଦ ଚନ୍ଦନ, ସମୀର, ଅମିତ, ସଂଗ୍ରାମ ଯୁଗେଶ୍ୱର, କୁନା, ବିକାଶ, ବିଜୁ ଏବଂ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସହଯୋଗ କରିଥିଲେ ।

Post a Comment