ଭୋଲାନାଥ ଉଷା ଶାରଦା ବିଦ୍ୟାପୀଠ କାକାବୋରାଇ ଠାରେ ହିନ୍ଦି ଦିବସ ପାଳିତ


ବାଲେଶ୍ଵର,୨୩/୯ (ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକରେ କାକାବୋରାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହେମପ୍ରଭା ଅଗସ୍ତି ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ଶିକ୍ଷକ ପ୍ରିୟବ୍ରତ ଦେ ଅତିଥି ପରିଚୟ କରିବା ସହ ସଭା ପରିଚାଳନା କରିଥିଲେ। ଉକ୍ତ ଦିବସରେ ମୁଖ୍ୟଅତିଥି ରୂପେ ହିନ୍ଦି ଶିକ୍ଷକ ସଂଘ ବାଲେଶ୍ବର ର ସଚିବ ଶିବଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥି ରୂପେ ସେବା ସଂଗଠନ ଓଡ଼ିଶା ର ଅଧ୍ୟକ୍ଷ ତଥା ଅଧୁନା ବଡପାଳ ପଞ୍ଚାୟତ ର ସରପଞ୍ଚ ଇଞ୍ଜିନିୟର କମଳ ଲୋଚନ ପଣ୍ଡା ଯୋଗ ଦେଇଥିଲେ। ଅତିଥି ଏବଂ ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରଭୂ ଜଗନ୍ନାଥଙ୍କ ଫଟୋ ଚିତ୍ରକୁ ପୂଜା କରିବା ସହ ପ୍ରଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା। ଅତିଥି ଏବଂ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ହିନ୍ଦି ଦିବସ ପାଳନର ଉଦ୍ଦେଶ୍ୟ ଏବଂ ରାଜଭାଷା ହିନ୍ଦିର ମହତ୍ତ୍ଵ ବିଷୟରେ ଉଦବୋଧନ ଦେଇଥିଲେ।ତତପରେ ବିଦ୍ୟାଳୟ ର ଛାତ୍ର/ଛାତ୍ରୀମାନଙ୍କ ଦ୍ବାରା ବକ୍ତୃତା, ନୃତ୍ୟ, ଗୀତା ପାଠ ଆଦି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବଶେଷରେ ହିନ୍ଦୀ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟ ବିଦ୍ୟାଳୟର ହିନ୍ଦି ଶିକ୍ଷୟତ୍ରୀ ସୁସ୍ମିତା ମଲ୍ଲିକ ଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଥିଲା।

Post a Comment

Previous Post Next Post