ସର୍ବଭାରତୀୟ ସ୍ୱୟତ୍ତ ଶାସନ ଦିବସ ପାଳିତ : ଜଳେଶ୍ୱର ପୌରପାଳିକାକୁ ରାଜ୍ୟର ୧ ନଂ ଲାଗି ପ୍ରୟାସ

ଜିଲାର ପ୍ରଥମ ସୁଜଳ ଯୋଜନା ଜଳେଶ୍ୱରରୁ ଆରମ୍ଭ : ଜିଲାପାଳ

ଜଳେଶ୍ୱର ସଂସ୍କୃତି ଭବନ ନିର୍ମାଣ ଟେଣ୍ଡର ପର୍ଯ୍ୟାୟରେ : ମନ୍ତ୍ରୀ


ଜଳେଶ୍ୱର (ଜଗନ୍ନାଥ ଗୋଛାୟତ): ଆଜି ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ଜଳେଶ୍ୱର ପୌରପାଳିକାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗ ଦେଇ ସମଗ୍ର ରାଜ୍ୟର ଉତ୍ତ ପ୍ରବେଶ ପଥ ଜଳେଶ୍ୱରକୁ ରାଜ୍ୟର ୧ ନଂ ପୌରପାଳିକାରେ ପରିଣତ କରିବାଲାଗି ସରକାର ଚେଷ୍ଟିତ । ଏଥିଲାଗି ଗତ ଆର୍ଥିକ ବର୍ଷରେ ୨୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇଥିବା ବେଳେ ୍ରଆଗାମୀ ଦିନରେ ବହୁ ଅଧିକ ଅର୍ଥ ବ୍ୟୟ ବରାଦର ନକ୍ସା ପ୍ରସ୍ତୁତ ହୋଇଛି । ୧୦ କୋଟି ଟଙ୍କା ବ୍ୟୟରେ ବିଜୁପଟ୍ଟନାୟକ ମଲ୍ଟିପାର୍ପସ ଇଣ୍ଡୋର ଷ୍ଟାଡିୟମର କାର୍ଯ୍ୟ ଶେଷ ହୋଇଛି । ୨ଟି ରେଳ ଓଭର ବ୍ରିଜ୍ ମଧ୍ୟରୁ ଚାଲନ୍ତିର କାର୍ଯ୍ୟ ଶେଷ ହୋଇଥିବା ବେଳେ ଜଳେଶ୍ୱରର କାଯ୍ୟେ ୭୦ ଭାଗ ଶେଷ ହୋଇଛି । ଜଳେଶ୍ୱର ଠାରେ ଅଢେଇକୋଟି ଟଙ୍କା ବ୍ୟୟରେ ଏକ ସଂସ୍କୃତି ଭବନ ନିର୍ମାଣ ହେବାକୁ ଯାଉଥିବା ବେଳେ ଜିଳାପାଳ ବ୍ରିଟରୁ ୧ କୋଟି ଓ ମନ୍ତ୍ରୀ ଶ୍ରୀ ପାତ୍ର ସଂସ୍କୃତି ବିଭାଗରୁ ଦେଢକୋଟି ଟଙ୍କା ମଂଜୁର କରିଛନ୍ତି । ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପୂର୍ଣ୍ଣାଙ୍ଗ ଅବୟବ ପ୍ରତିମୂର୍ତ୍ତି ଦିନକୃଷ୍ଣ ଉଦ୍ୟାନରେ ହେବାକୁ ଯାଉଥିବା ବେଳେ ଡାକବଂଗଳା ପରିସରରେ ବିଜୁ ବାବୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ମଂଜୁର ହୋଇଛି । ଚାଲନ୍ତିଠାରେ ଜଳେଶ୍ୱରର ପ୍ରଥମ ଶିଳ୍ପାଞ୍ଚଳ ଚାଲନ୍ତିଠାରେ ହେବାକୁ ଯାଉଥିବା ବେଳେ ଲକ୍ଷ୍ମଣନାଥର କୋର୍ଟ ନିକଟରେ ବସ୍ଷ୍ଟାଣ୍ଡ ଓ ସହରରେ ହାଇଜିନିକ୍ ମାଛ ବଜାର ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ଶେଷ ହୋଇଛି । ମୁଖ୍ୟବକ୍ତାଭାବେ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନେ୍ଦ ଯୋଗ ଦେଇ ୧୭ନଂ ୱାର୍ଡର ଏକ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ଚକବିଷ୍ଣୁଠାରେ ଏକ ଆହାର ରନ୍ଧନ ଶାଳା ମନ୍ତ୍ରୀ ଲୋକାର୍ପିତ ହୋଇଥିବା କହିଥିଲେ । ରାଜ୍ୟରେ ସୁଜଳ ଯୋଜନା କାର୍ଯ୍ୟ କରୁଥିବା ବେଳେ ବାଲେଶ୍ୱର ଜିଲାର ପ୍ରଥମ ପ୍ରକଳ୍ପ ଜଳେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି । ଫଳରେ ସେଥିରୁ ଆର୍ଓ ଫିଲ୍ଟର ପାଣି ପ୍ରତିଘରେ ଉପଲବ୍ଧ ହେବ ବୋଲି କହିଥିଲେ । ପୌରାଞ୍ଚଳର ନୂତନ ବୃହତ କାର୍ଯ୍ୟାଳୟ ତିଆରି ଆରମ୍ଭ ହୋଇଥିବା ବେଳେ ଦଳ ମତ ନିର୍ବିଶେଷରେ ଜଳେଶ୍ୱରର ସବୁ ବର୍ଗର ଲୋକେ ବିକାଶ କ୍ଷେତ୍ରରେ ସହାୟତା କରୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୌରପାଳ ପ୍ରତୀପ କୁମାର ପ୍ରଧାନ ପୌରହିତ୍ୟକରି ୧୭ମାସ ପୂର୍ବରୁ ପରିଷଦ ଗଠନ ହୋଇଥିବା ବେଳେ ସହରରୁ ଉଦ୍ବୃତ୍ତ ବର୍ଷା ଓ ଆବର୍ଜନା ପାଣି ନିଷ୍କାସନ ଲାଗି ଡିପିଆର୍ ପ୍ରସ୍ତୁତି ସରିଥିବା ବେଳେ ଟାଉନ ମାଷ୍ଟର ପ୍ଲାନ ଲାଗି ମଧ୍ୟ ଡିପିଆର୍ ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିବା କହିଥିଲେ । ଦଳମତ ନିର୍ବିଶେଷରେ ଜଳେଶ୍ୱର ବାସୀ ବିକାଧ ଧାରାରେ ସାମିଲ ହୋଇଥିବାରୁ ସଫଳତା ମିଳିଛି ଓ ସହରକୁ ଶ୍ରେଷ୍ଠ ସହରରେ ପରିଣତ କରିବାଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୌରଅଧିକାରୀ ଅଜୟ କୁମାର ମହାପାତ୍ର ଯୋଗଦେଇ ୧୯୬୪ ମସିହାରେ ଜଳେଶ୍ୱର ବିଜ୍ଞାପିତ ଅଂଚଳ ଓ ୨୦୧୪ରେ ଏହା ପୌରପରିଷଦ ଘୋଷଣା ହୋଇଛି । ୧୭୨୫ ବର୍ଗ କି.ମି. ପରିଧିରେ ୫୫୦୮ ପରିବାର ବାସ କରୁଥିବା ବେଳେ ୩୪ହଜାର ଜନସାଧାରଣ ବର୍ଷକୁ ୧କୋଟି ୪୦ହଜାର ରାଜସ୍ୱ ଆଦାୟ ହୋଇଥିବା କହିଥିଲେ । ରାସ୍ତାନିର୍ମାଣ, ମଣିପାଟଣା ଗ୍ରାମର ବିକାଶ, ୧୭୮ କି.ମି. ର ମରାମତି, ୧୩୭ କି.ମି. ଜଳନିଷ୍କାସନ ପଥ ଥିବା ବେଳେ ୧୯୦୯ଜଣଙ୍କୁ ଇନ୍ଦିରା ଆବାସ ଓ ୧୧୨୨ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୭୮ ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରାଯାିଥିବା କହିଥିଲେ । କିନ୍ତୁ ୫୯ କର୍ମଚାରୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୨୪ଜଣରେ ତୁଲାଇବା କଷ୍ଟକର ହେଉଥିବା କହିଥିଲେ । ଏହି ପରିପ୍ରେକ୍ଷୀରେ କଲ୍ୟାଣ ମଣ୍ଡପ ଲାଗି ଜମିଦାନ କରୁଥିବା ଶ୍ୟାମସୁନ୍ଦର ପ୍ରଧାନ ଓ ଉଷାରାଣୀ ସାମନ୍ତ ନିଟ ପରୀକ୍ଷାରେ ଡାକ୍ତରୀ ପାଠ ଲାଗି ସଫଳତା ପାଇଥିବା ସ୍ୱେତ ଶୋଭନ ଦାସ, ସସ୍ମିତା ଜେନା ଓ ଅରଜିତ୍ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ସରକାରୀ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୌରାଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟକୁ ନେଇ ଡ୍ରଇଂ, ସଂଗୀତ, ବକ୍ତୃତା ପ୍ରତିଯୋଗାତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post