ମଧୁବାବୁ ପେନ୍ସନ ଯୋଜନାରେ ୧୪ ପଂଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ


ଜଳେଶ୍ୱର ୧/୯ (ଜଗନ୍ନାଥ ଗୋଛାୟତ) ଆଜି ପୂର୍ବାହ୍ନରେ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ମଧୁବାବୁ ପେନ୍ସନ ଯୋଜନାରେ ୧୪ ପଂଚାୟତର ୪୦୦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ମାନସ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ୱନୀ ପାତ୍ର ଯୋଗ ଦେଇ ସରକାର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରୁଥିବା ସଂପର୍କରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଅଧ୍ୟକ୍ଷା ଅନୁସୂୟା ପ୍ରଧାନ, ବିଡିଓ ପୁନମ ରାଉତ, ସଂଧ୍ୟାରାଣୀ ସିଂ, ଜିଲାପରିଷଦ ସଦସ୍ୟ ଗୌରାଙ୍ଗ ସିଂ, ମଧୁସୂଦନ ସେନାପତି, କାଳିକ ସରପଂଚ ପୁଷ୍ପଲତା ଦାସ, ପୂର୍ବତନ ସରପଂଚ ଗଂଗାଧର ଦାସ, ଆଲୋକ ଗିରି, ବିଜେଡି ବ୍ଲକ ସଭାପତି ଦିଲ୍ଲୀପ ସାମଲ, ଗିରିଜା ସାସମଲ, ସମିତି ସଭ୍ୟା ଫୁଲ ମୁର୍ମୁ, ନାରାୟଣ ଘୋଷ, ଗୌରାଙ୍ଗ ମହାପାତ୍ର, ଗଣେଶ ସରେନ୍, ମନୋରଂଜନ ଦେ, ବିଶ୍ୱନାଥ ବେହେରା, ଚଞ୍ଚଳ ସିଂ ପ୍ରମୁଖ ବହୁ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post