ରେମୁଣା,୨୩/୯ (ଲକ୍ଷ୍ମୀଧର ବାରିକ): ଜିଲ୍ଲା କଂଗ୍ରେସ ପକ୍ଷରୁ ରେମୁଣା ନିର୍ବାଚନ ମଣ୍ଡଳୀର ରେମୁଣା ଗୋଲେଇ ଠାରେ କଂଗ୍ରେସ ଦଳ ଗାଁକୁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ଦୁଃଖସୁଖର ସାଥୀ ହେବା ପାଇଁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ’ ଆରମ୍ଭ ହେବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସଞ୍ଜିବ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରେମୁଣା ପ୍ରଭାରୀ ମନୋଜ କୁମାର ବିଶ୍ବାଳ, ଅର୍ଚ୍ଚନା ନନ୍ଦି, ବିକାଶ ଦାସ, ରଞ୍ଜନ ଦାସ, ଅଶୋକ ଦାସ, ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତିର ନିର୍ଦ୍ଦେଶକ ନିରଂଜନ ବେହେରା, କହ୍ନେଇ ଚରଣ ବେହେରା, କୁମୁଦିନୀ ଦାସ, ଅରୁଣ ଯେନା, ବିଧାନ ଚନ୍ଦ୍ର ରାୟ, ସୁଶାନ୍ତ ପଣ୍ଡା, ଶ୍ରୀକାନ୍ତ ପତି, ତୁଷାରକାନ୍ତି ତପସ୍ବୀ, ପରିତୋଷ ମଣ୍ଡଳ, ଅଚ୍ୟୁତ ନନ୍ଦ, ରବୀନ୍ଦ୍ର ମଣ୍ଡଳ, ବଲାଇ ଦାସ, ପ୍ରଭାକର ମହାପାତ୍ର, ଲମ୍ବୋଦର ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତ ସଭାପତି ଓ କଂଗ୍ରେସ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭାପତି ଶ୍ରୀ ଗିରି କାର୍ଯ୍ୟକ୍ରମ ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ଆସନ୍ତା ୨୫ ତାରିଖରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦଳର ସମର୍ଥକ, କର୍ମୀ, ଶୁଭେଚ୍ଛୁଙ୍କୁ ଯୋଗ ଦେବା ପାଇଁ ନିବେଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେମୁଣା ବ୍ଲକର ବରୁଣସିଂ ପଞ୍ଚାୟତରୁ ଆରମ୍ଭ ହେବ ବୋଲି ବୈଠକରେ କୁହାଯାଇଥିଲା।
‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ’ ପାଇଁ ପ୍ରସ୍ତୁତ ବୈଠକ
ଆଜତକ ଓଡ଼ିଶା
0
Post a Comment