କିନ୍ଦ୍ରିଟାଲ ଉପରପଡାରେ ତିନିଶହ ଲୋକଙ୍କର ଏକତ୍ର ନୁଆଁଖାଇ ପାଳନ


ବଲାଙ୍ଗିର (ଗଣେଶ ଦାସ) ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ବହୁତ ଆଡ଼ମ୍ବରରେ ପାଳିତ କରାଯାଇଥାଏ । ଏହି ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ପଂଚାୟତ କିନ୍ଦ୍ରିଟାଲ ଗ୍ରାମରେ ତିନିଶହ ଲୋକଙ୍କର ଏକତ୍ର ନୁଆଁଖାଇ ପାଳନ ଅନୁଷ୍ଠିତ ହୋଇଯାଇଛି । ବିଗତ ୯ବର୍ଷ ହେଲା ଏହିପରି ଭାବରେ ପ୍ରାୟ ୮୦ଟି ପରିବାର ଗୋଟିଏ ସ୍ଥାନରେ ଏକତ୍ର ହୋଇ ନୁଆଁଖାଇ ଖାଇଥାନ୍ତି । ଚଳିତ ବର୍ଷ ମଧ୍ୟ ଗ୍ରାମରେ ଥିବା ସହିଦ ଭଗତ ସିଂ କ୍ଲବର ସଦସ୍ୟ ମାନଙ୍କ ଉଦ୍ୟୋଗରେ ସମସ୍ତଙ୍କୁ ନେଇ ଏକତ୍ର ନୁଆଁଖାଇ ପର୍ବ ପାଳନ କରିବା ମଧ୍ୟଦେଇ ଏକ ଭାଇଚାରାର ଦିଗ ଦର୍ଶନ ଦେଖିବାକୁ ମିଳିଛି । ଏହି ଅବସରରେ ଗ୍ରାମରେ ଗତ ୨୧/୦୯/୨୦୨୩ ତାରିଖ ଗୁରୁବାର ଦିନ ଏକ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ଗ୍ରାମର ସମସ୍ତ ଗ୍ରାମବାସି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୁଶପୃଷ୍ଟି ବାଗ, ଭୁଲାରାମ ବାଗ, ସଞ୍ଜୟ ବାଗ, ଅଶୋକ ଛତ୍ରିଆ,ମଧୁସୁଦନ ବାଗ, କୌଶିକ ବାଗ, ଦୀପକ ବାଗଙ୍କ ସହିତ ବହୁ ଯୁବକ ସହଯୋଗ କରିଥିଲେ ।

Post a Comment

Previous Post Next Post