ବାଲିଆପାଳ,୨୨/୯ ( ପ୍ରଭାକର ମଲ୍ଲିକ) : ବାଲିଆପାଳ ଲାୟନ୍ସ କ୍ଲବର ଅଷ୍ଟମ ଅଧିଷ୍ଠାନ ଦିବସ ବୁଧବାର ଡଗରା ବେଳାଭୂମି ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲାୟନ୍ସ କ୍ଲବର ପୂର୍ବତନ ଡ଼ିଜି (ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର) ଲାୟନ ଭଗବାନ ଗୁପ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ଉତ୍ସବରେ ଇନିଷ୍ଟଲେସନ ଅଫିସର ଭାବରେ ଲାୟନ୍ସ କ୍ଲବର ଅନ୍ୟତମ ପୂର୍ବତନ ଡ଼ିଜି(ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର)ଲାୟନ ପ୍ରକାଶ ଜେନା ଯୋଗଦେଇ ବାଲିଆପାଳ ଲାୟନ୍ସ କ୍ଲବର ୨୦୨୩-୨୪ ବର୍ଷର ନୂତନ କମିଟି ଘୋଷଣା କରିବା ସହିତ ସେମାନଙ୍କ କାର୍ଯ୍ୟକ୍ରମ ବିଷୟରେ ଅବଗତ କରଇବା ସହିତ ଶପଥ ପାଠ କରାଇଥିଲେ।କ୍ଲବର ସଭାପତି ଭାବରେ ଦ୍ଵିତୀୟ ବାର ପାଇଁ ଲାୟନ ଅଜୟ କୁମାର ସାହୁଙ୍କ ସହିତ ନୂତନ କମିଟିର ନାମ ଘୋଷଣା କରିଥିଲେ।ନୂତନ କମିଟି ସଦସ୍ୟ ମାନଙ୍କୁ ସମସ୍ତ ଅତିଥି ତଥା ସଦସ୍ୟ ମାନେ ସ୍ୱାଗତ କରିଥିଲେ।ସମ୍ମାନିତ ଅତିଥି ଭାବରେ ଭାଇସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ମମତା ଦାସ ନୂତନ ସଦସ୍ୟ ଭାବେ ଅମିତ ପଟନାୟକ ଓ ଇପ୍ସିତା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଲାୟନ୍ସ କ୍ଲବର ପିନ ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିଭାବରେ ଜିଏଲଟି କୋଡ଼ିନେଟର ଲାୟନ ମନୀଷା ଦାସ,ଆରସି ଲାୟନ ଗିରିଜା ମିଶ୍ର,ଜେଡସି ଲାୟନ ବିଜୟ ପରିଡା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ବରିଷ୍ଠ ସଦସ୍ୟ ଲାୟନ ଝାଡେଶ୍ୱର ପ୍ରଧାନ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଲାୟନ ଭୁବନ ମୋହନ ପିଳା ଶାନ୍ତି ପାଠ କରିଥିବା ବେଳେ ଲାୟନ ନବୀନ କୁମାର ପାତ୍ର ଲାୟନ୍ସ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ।ଲାୟନ ତାରାକାନ୍ତ ଜେନା,ଅଦୈତ୍ୟ ବାଗ, ଅନାଦି ଚରଣ ଗିରି, ପୀତବାସ ଗିରି, ଜାମିନିକାନ୍ତ ରାଉତ, ପ୍ରଦୀପ ଧଳ,ଡ଼ଃ ଗୟାରାମ ଗଙ୍ଗାଇ, ବ୍ୟୋମକେସ ସାହୁ, ହରେକୃଷ୍ଣ ସାମନ୍ତ, ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

Post a Comment