ବାଲିଆପାଳ ,୨୨/୯ (ପ୍ରଭାକର ମଲ୍ଲିକ ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଳକ ବାଲିକୁଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ଜିପିଏଲଏଫ୍ ର ଦୁର୍ନୀତି ସମ୍ପର୍କିତ ଖବର ଇସି ମେମ୍ବର ମାନଙ୍କ ର ଅଭିଯୋଗ ଏବଂ ଦସ୍ତାବିଜ ମୂଳେ ସାମ୍ବାଦିକ ରାଜକିଶୋର ପାତ୍ର ପ୍ରକାଶ କରିଥିଲେ । ସତ୍ୟତା ପ୍ରକାଶ ପାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ଗତ ୧୩ ତାରିଖ ବୁଧବାର ଜିପିଏଲଏଫ୍ ର ସଭାନେତ୍ରୀ ଓ ସମ୍ପାଦିକା ଙ୍କ ନେତୃତ୍ୱ ରେ ୨୦ ରୁ ୩୦ ଜଣ ମହିଳା ଲଙ୍ଗଳେଶ୍ୱର ଠାରେ ଥିବା ମୋ ସେବା କେନ୍ଦ୍ରରେ ଧସେଇ ପଶି ଶ୍ରୀ ପାତ୍ର ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ବିରୋଧରେ ନ୍ୟାୟ ପାଇଁ ସାମ୍ବାଦିକ ଶ୍ରୀ ପାତ୍ର ସିଂଲା ଥାନା ଅଧିକାରୀଙ୍କ ନିକଟରେ ସେହିଦିନ ଅଭିଯୋଗ କରିଥିଲେ । ଗତ ୧୫ ତାରିଖ ଶୁକ୍ରବାର ସିଂଲା ପୋଲିସ କେଶ ନଂ - ୧୬୫/୨୩ ଏତଲା ମୂଳେ ଆକ୍ରମଣ କରିଥିବା ୧୭ ଜଣ ମହିଳା ଓ ଜଣେ ପୁରୁଷଙ୍କ ନାମରେ ଏକ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ଏହି କେଶ ର ତଦନ୍ତ ଚଳାଇଥିଲା ବେଳେ ଗତ ୧୬ ତାରିଖ ଦିନ ଆକ୍ରମଣ କରିଥିବା ଅନୁସୂଚିତ ଜାତିର ମହିଳା ମଞ୍ଜୁଲତା ଦଳାଇ ସିଂଲା ଥାନାଧିକାରୀ ଙ୍କ ନିକଟରେ ଶ୍ରୀ ପାତ୍ର ଙ୍କ ବିରୋଧ ରେ ପାଲଟା ମିଥ୍ୟା ଅଭିଯୋଗ କରିଥିଲେ । ସିଂଲା ପୋଲିସ କେଶ ନଂ -୧୬୭/୨୩ ମୂଳେ ସାମ୍ବାଦିକଙ୍କ ବିରୁଦ୍ଧରେ ଅନ୍ୟ ଏକ ମିଥ୍ୟା ମାମଲା ରୁଜ୍ଜୁ କରିଛନ୍ତି। ତେବେ ରାଜକିଶୋର ପାତ୍ର ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳ ରେ ଘଟୁଥିବା ବିଭିନ୍ନ ଦୁର୍ନୀତି କୁ ଲୋକଲୋଚନ ଆଣିବା, ଅଶିକ୍ଷିତ ଆଦିବାସୀଙ୍କ ରାସନ ଚାଉଳ ଚୋରି କୁ ଧରାଇବା, ପ୍ରକୃତ ଭିନ୍ନକ୍ଷମକୁ ସ୍ଥାୟୀ ପ୍ରମାଣ ପତ୍ର ଯୋଗାଇଦେବା, ଗରିବ ଖଟିଖିଆ, ଅସହାୟ ମହିଳା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନାଗରିକ ଙ୍କୁ ତାଙ୍କ ସାମାଜିକ ଅଧିକାର ଫେରାଇବା ପାଇଁ ପ୍ରୟାସ ରଖିଆସୁଛନ୍ତି । ତାଙ୍କ ଉପରେ ଇର୍ଷାନିତ ହୋଇ ସ୍ଥାନୀୟ କିଛି ରାଜନେତା, ଜିପିଏଲଏଫ୍ ର ସମ୍ପାଦିକା ଓ ସଭାନେତ୍ରୀ ମିଳିମିଶି ଚକ୍ରାନ୍ତ କରି ଶ୍ରୀ ପାତ୍ର ଙ୍କ ନାମରେ ମିଥ୍ୟା ଜାତିଆଣ କେଶ, ମହିଳା ଅସଦାଚରଣ, ମାରପିଟ ଆଦି ସଂଗୀନ ଦଫାରେ ଶ୍ରୀ ପାତ୍ର ଙ୍କୁ ଫସାଇବା ପାଇଁ ଏହା ଏକ ଚାଲ ବୋଲି ସ୍ଥାନୀୟ ଅଞ୍ଚଳର ମିଶନ ଶକ୍ତର ର ଶତାଧିକ ମହିଳା, ଓଡିଶା ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ବସ୍ତା ଏସଡିପିଓ ମାନସ ଦେଓ ଘଟଣାର ତଦନ୍ତ ପାଇଁ ଲଙ୍ଗଳେଶ୍ବର ଆସି ଉଭୟ ପକ୍ଷରୁ ଜମାନ ବନ୍ଦୀ ନେଇଛନ୍ତି। ଆକ୍ରମଣ ଘଟଣା ରେ ସାମ୍ବାଦିକୁ ନ୍ୟାୟ ନମିଳିଲେ ଆଗକୁ ସୂଚନା ଅଧିକାର ସଙ୍ଘ ବାଲିଆପାଳ ର ସମସ୍ତ ସଦସ୍ୟ ରାଜ ରାସ୍ତା କୁ ଉଲ୍ହାଇବ ବୋଲି ସଂଘ ର ସଭାପତି ଅନୁଜ କୁମାର ମହାପାତ୍ର ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସତ୍ୟପଥରେ ଥିବା ଶ୍ରୀ ପାତ୍ର ଙ୍କୁ କେବେ ନ୍ୟାୟ ମିଳୁଛି ।
ସାମ୍ବାଦିକ ଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜ୍ଜୁ ଘଟଣା : ସାମ୍ବାଦିକ ଙ୍କୁ ନ୍ୟାୟ ପାଇଁ ମିଶନ ଶକ୍ତିର ଶତାଧିକ ମହିଳା ଓ ସୂଚନା ଅଧିକାର ସଙ୍ଘର ଦାବୀ
ଆଜତକ ଓଡ଼ିଶା
0
Post a Comment