ଭୋଗରାଇ ସାମ୍ବାଦିକ ସଂଘ ପକ୍ଷରୁ ଗୁରୁ ଗୌରବ ସମ୍ମାନ ସମାରୋହ ଶିକ୍ଷକ ମାନେ ଦେଶର ସର୍ବଶ୍ରେଷ୍ଠ ବୌଦ୍ଧିକ ସମ୍ପତି

 

ଭୋଗରାଇ ୪।୯(ଚିନ୍ମୟ କୁମାର ଦାସ)ଶିକ୍ଷକ ମାନେ ଦେଶର ସର୍ବଶ୍ରେଷ୍ଠ ବୌଦ୍ଧିକ ସମ୍ପତି। ଭାରତୀୟ ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆ ଯାଇଛି ବୋଲି ସୋମବାର ଭୋଗରାଇ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଗୁରୁ ଗୌରବ ସମ୍ମାନ ସମାରୋହରେ ମତ ପ୍ରକାଶ ପାଇଛି। କାନ୍ଥି ଭଉଁରୀ ଅନାଦୀ ଏକାଡେମୀରେ ଏନେଇ ଆୟୋଜିତ ସଭାକୁ ସଂଘର ସଭାପତି ଅନନ୍ତ କୁମାର ପ୍ରଧାନ ପୌରୋହିତ୍ୟ କରିଥିଲେ। ମୁଖ୍ଯ ଅତିଥି ଭୋଗରାଇର ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ ଯୋଗଦେଇ ଗୁରୁଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ ସାମ୍ବାଦିକଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ । ଏହା ସମାଜକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି କହିଥିଲେ। ମୁଖ୍ଯବକ୍ତା ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ବାଳ ଯୋଗଦେଇ ଶିକ୍ଷକଙ୍କ ସହିତ ବାପା,ମାଆଙ୍କୁ ଭକ୍ତି ଓ ସମ୍ମାନ ଦେବ ପ୍ରତେକ ବ୍ୟକ୍ତିର କର୍ତ୍ତବ୍ଯ। ଏହାଛଡା ସମସ୍ତେ ଦେଶ ପାଇଁ ମଧ୍ଯ କାର୍ଯ୍ୟ କରିବାକୁ ଆହ୍ବାନ ଦେଇ ଥିଲେ । ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ହରିହର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀହରି ଜେନା,ପ୍ରଧାନ ଶିକ୍ଷକ ଅତନୁ ହୋତା ପ୍ରମୁଖ ଯୋଗଦେଇ ଗୂରୁପୂଜା ଛାତ୍ରଛାତ୍ରୀଙ୍କ ମଧ୍ଯରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେ ବୋଲି କହିଥିଲେ। ଏହି ଅବସରରେ ପ୍ରାକ୍ତନ ଶିକ୍ଷକ ହରିହର ପଣ୍ଡା,ମୂରଲୀ ମୋହନ ମହାନ୍ତି,ପ୍ରିୟନାଥ ହୋତା, ଶ୍ରୀହରି ଚରଣ ଦାସ, ନଟ ରଞ୍ଜନ ଘରାଇ, ରବୀନ୍ଦ୍ର ନାଥ ପରିଡ଼ା,ଶ୍ରୀନିବାସ ଚନ୍ଦ୍ର ପ୍ରଧାନ, ସୀତାରାମ ବାରିକ,ରବୀନ୍ଦ୍ର ନାଥ ଦାସ,ନୀଳିମା ପ୍ରଧାନ, ସରୋଜିନୀ ଜେନା ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା। ଶିକ୍ଷକ ଶାଶ୍ଵତ କୁମାର ଜେନା ଅତିଥି ପରିଚୟ ପ୍ରଦାନ, ସାମ୍ବାଦିକ ଦିଲ୍ଲୀପ ଦାସ ଉଦ୍ଦେଶ୍ଯ ଜ୍ଞାପନ ଓ ଶେଷରେ ରାଧାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଆବାହନୀ ସଂଗୀତ ଓ ନୃତ୍ଯ ପରିବେଷଣ ହୋଇ ଥିଲା। ସାମ୍ବାଦିକ ସଂଘର ସମ୍ପାଦକ ସରିତ ସପନ ପଣ୍ଡା,ସାମ୍ବାଦିକ ରାଜକୁମାର ଜେନା, ଅଜିତ କୁମାର ଦାସ, ସୁଶାନ୍ତ କୁମାର ମଣ୍ଡଳ, ନିମାଇଁ ଚରଣ ପାତ୍ର, ଚିନ୍ମୟ ଦାସ, ହରିପଦ ଗିରି ଓ ବିଦ୍ୟାଳୟର ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post