ବାଲିଆପାଳ, ୧୩/୯ (ପ୍ରଭାକର ମଲ୍ଲିକ) ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ତାପୁଣ୍ଡିଆ କୁଞ୍ଜବିହାରୀ କୃପାସିନ୍ଧୁ ସହଯୋଗ ହାଇସ୍କୁଲ ପରିସରରେ ସ୍କୁଲ ପିଲାଙ୍କୁ ନେଇ "ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ" ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଶେଷକରି ପ୍ରବନ୍ଧ, ବକ୍ତୃତା, ଅଭିନୟ ଏବଂ ପ୍ରକଳ୍ପ ବିଭାଗରେ ଅଂଶଗ୍ରହଣ କରିଥିଲେ।ପୁରସ୍କାର ବିତରଣ ଉତ୍ସବରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅରୂପ କୁମାର ଦାସ,ପବ୍ଲିକ ହେଲଥ୍ ସମ୍ପ୍ରସାରଣ ଅଧିକାରୀ ଝୁନାବାଳା ଦେ , ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକର୍ତ୍ତନ ରାଉତ,ସହକାରୀ ଶିକ୍ଷକ ପରମାନନ୍ଦ ଦେଙ୍କ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରତି ଯୋଗୀତାରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଡାକ୍ତର ଶ୍ରୀଯୁକ୍ତ ଅରୂପ କୁମାର ଦାସ ନୀଳ ଆକାଶ ପାଇଁ ବାୟୁମଣ୍ଡଳରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷ ରୋପଣ ତଥା ବ୍ୟାପକ ଜନସଚେତନତା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ରମାନାଥ କର,ଅଜୟ କୁମାର ପାତ୍ର, ସ୍ୱାସ୍ଥ୍ୟ କର୍ମୀ ମୃତ୍ୟୁଞ୍ଜୟ ପ୍ରଧାନ, ଅଭିପ୍ସା ଦତ୍ତ, ଜ୍ୟୋତ୍ସ୍ନାରାଣୀ ଚନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Post a Comment