ବାଲିଆପାଳ,୧୩/୯ (ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ବହୁ ଗରିବ, ଦିନମଜୁରିଆ, ହରିଜନ ଓ ଆଦିବାସୀ ଲୋକ ବାସହୀନ ହୋଇଥିବାବେଳେ ଚଞ୍ଚକତା କରି ବହୁ ଧନୀକ ଶ୍ରେଣୀର ବ୍ୟକ୍ତି ଯାହାଙ୍କର ପକ୍କା ଘର ଥାଇ ସୁଧା ପ୍ରଧାନମନ୍ତ୍ରୀ ଆବାସ ହାତେଇଛନ୍ତି । ସୂଚନା ଧାଉକି, ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ନେପୁରା ଗ୍ରାମର ଅମୂଲ୍ୟ କୁମାର ଦେ ପିତା:-ଶିବ ଚରଣ ଦେ ଗ୍ରାମ ନେପୁରା ବ୍ୟକ୍ତିର ଗାଁରେ ପକ୍କା ଘର ରହିଛି ,ଏଥିସହ ଖପରାପଦା ବଜାରରେ ୨୦ ଡିସିମିଲ ଜାଗାରେ ମାର୍କେଟ୍ କମ୍ପ୍ଲେସ୍ ରହିଅଛି ।ଯାହାର ଆନୁମାନିକ ମୂଲ୍ୟ ୭୦ରୁ ୮୦ଲକ୍ଷ ଟଙ୍କା ହେବ ।ଏବଂ ସୋର ବିଜ୍ଞାପିତ ଅଞ୍ଚଳ ପରିଷଦରେ ତାଙ୍କର ବ୍ୟବସାୟ ଏବଂ ପକ୍କା ଘର ରହିଅଛି ।ଏତେସତ୍ତ୍ବେ ପଞ୍ଚାୟତର ସରପଞ୍ଚ ନିଜ ପୁତୁରା ଅମୂଲ୍ୟ କୁମାର ଦେଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ ତଥା ସାରା ବାଲିଆପାଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏଥିପାଇଁ ବିଡିଓ ବାଲିଆପାଳ,ପ୍ରକଳ୍ପ ଅଧିକାରୀ ବାଲେଶ୍ବର ତଥା ଜିଲ୍ଲାପାଳ ବାଲେଶ୍ବର ଏହାର ତଦନ୍ତ କରି ଅଯୋଗ୍ୟ ହିସାବରେ ଘୋଷଣା କରିବାକୁ ଜନସାଧାରଣ ଦାବୀ କରିଛନ୍ତି । ଶ୍ରୀରାମପୁର ଗ୍ରାମପଞ୍ଚାୟତରେ ଆବାସ ଯୋଜନାରେ ତଦନ୍ତ କରାଗଲେ ବହୁ ହିତାଧିକାରୀ ଅଯୋଗ୍ୟ ବିବେଚିତ ହେବେ । ଏଥିପ୍ରତି ତଦନ୍ତ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

Post a Comment