ଜଳେଶ୍ୱର, ୧୨ ।୦୯ (ଜଗନ୍ନାଥ ଗୋଛାୟତ): ଖଡଗପୁର ରେଳ ଡିଭିଜନର ଡିଆର୍ଏମ୍ କେ.ଆର. ଚୈାଧୁରୀଙ୍କ ୧୩ତାରିଖ ଦିନ ଜଳେଶ୍ୱର ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସିଥିବା ବେଳେ ଜଳେଶ୍ୱର ରେଳ ଷ୍ଟେସନର ବିଭିନ୍ନ ଅସୁବିଧା ଓ ଅନେକ ଏକ୍ସପ୍ରେସ ଟ୍ରେନର ରହଣିକୁ ନେଇ ଜଳେଶ୍ୱର ବିଜେପି ଦଳର କର୍ମକର୍ତାଙ୍କ ତାଙ୍କୁ ଭେଟିବା ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସୂଚନାନୁଯାୟୀ କରୋନା ମହାମାରୀ ପୂର୍ବରୁ ଜଳେଶ୍ୱରରେ ପୁରୀ-ହରିଦ୍ୱାର ୧୮୪୭୭ ନଂ ଉକôଳ ଏକ୍ସପ୍ରେସ, ୨୨୮୫୦ ଚେନ୍ନାଇ-ସାଲିମାର ସପ୍ତାହିକ, ୨୨୬୪୪ ପାଟଣା-ଏରନାକୁଲମ ସୁପରଫାଷ୍ଟ ଏକ୍ସପ୍ରେସ, ୨୨୮୯୦ ପୁରୀ-ଦୀଘା ସମୁଦ୍ରକନ୍ୟା ଏକ୍ସପ୍ରେସର ରହଣି ଥିବା ବେଳେ ପରବର୍ତୀ ସମୟରେ ସମସ୍ତ ଟ୍ରେନର ରହଣି ହେଉଥିବା ବେଳେ ଏହି ଟ୍ରେନ ଗୁଡିକର ରହଣି ବାତିଲ ହୋଇଯାଇଛି । ସେହିପରି ଖଡଗପୁର-ବାଲେଶ୍ୱର ମେମୁ ଟ୍ରେନର ପୂର୍ବ ନିର୍ଦ୍ଧାରିତ ସକାଳ ୦୮.୨୦ମି. ପରିବର୍ତେ ୦୭.୨୦ରେ ଆସୁଅଛି । ତାର ସମୟରେ ପରିବର୍ତନ କରିବା । କରୋନା ପରେ ବହୁ ପେସେଂଜର ଟ୍ରେନରେ ଏକ୍ସପ୍ରେସ ଭଡା ନିଆଯାଉଛି ଯାହାର ନିରାକରଣ ହେବା ଜରୁରୀ, ଜଳେଶ୍ୱର ଷ୍ଟେସନରେ ବଗି ଇଣ୍ଡିକେସନ ଡିସପ୍ଲେ ପାଇଁ ବହୁ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ହୋଇ ପାରିନାହିଁ । ଏସମସ୍ତ ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ । ବିଜେପି କର୍ମକର୍ତାଙ୍କ ମଧ୍ୟରେ ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ, ସମାଜସେବୀ ସଂଗ୍ରାମ ପରିଡା, ମଣ୍ଡଳ ସଭାପତି ତପନ ବିଶ୍ୱାଳ, ପୂର୍ବତନ କାଉନସିଲର ଅନନ୍ତ ଦାସ ଓ ଶ୍ରୀ ଜଗନ୍ନାଥ ଅଟୋ ମାଲିକ ସଙ୍ଘର ସମ୍ପାଦକ ଅଜିତ ପରିଡା, କୋଷାଧ୍ୟକ୍ଷ ନନ୍ଦ କିଶୋର ଜେନା,ଦିଲୀପ ଜେନା, ଅଶୋକ ହୁଈ, ନିତାୟ ନନ୍ଦ ମହାନ୍ତି,ଅଞ୍ଜନ ସିଂ,ନିର୍ମଳ ଗିରି ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Post a Comment