ଜଳେଶ୍ୱର ୧୩/୯(ଜଗନ୍ନାଥ ଗୋଛାୟତ): ଗତ ୨୦୧୯ ମସିହା ଏପି୍ରଲ ୨୬ ତାରିଖରେ ଓଡିଶାରେ ହୋଇଥିବା ଫନି ବାତ୍ୟାରେ ରାଜ୍ୟରେ ବହୁ କ୍ଷୟକ୍ଷତି ହୋଇଥିଲା । ବହୁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ବୃକ୍ଷ ଧରାସାୟୀ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରାଯାଇଥିଲା ବେଳେ ନାମ୍ପୋ ପଂଚାୟତରେ କୌଣସି କ୍ଷତି ହୋଇନଥିବାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏ ସଂପର୍କରେ ଆର୍ଟିଆଇ ସୂଚନାରୁ ଜାଣିବାକୁ ମିଳିଛି । ମାତ୍ର ବିଡିଓ କାର୍ଯ୍ୟାଳୟରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ନାମ୍ପୋ ପଂଚାୟତରେ ୨୪ ଜଣ ହିତାଧିକାରୀ ରହିଥିବା ଜଣାଯାଇଛି । ଏହା କିପରି ସମ୍ଭବ ହେଲାବୋଲି କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ବିଡିଓଙ୍କୁ ପ୍ରଶ୍ନ କରିଛନ୍ତି । ଏ ସଂପର୍କରେ ତଦନ୍ତ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସର୍ବେଶ୍ୱର ଦାସ, ଗୋପାଳକୃଷ୍ଣ ଜେନା, ବିଧୁଭୂଷଣ ଦାସ, ହେମନ୍ତ ଗିରି, ଗୋତିକୃଷ୍ଣ ଦଳେଇ, ସୌଭିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment