କୋରାପୁଟ : (ଆଜତକ୍ ଓଡ଼ିଶା) ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟ ଆସର ବାରଂଗ (କବି କର୍ମଶାଳା, ପରିବାର) ପକ୍ଷରୁ ହସ ହାଟ ( ହାସ୍ୟ ସଙ୍କଳନ) ପୁସ୍ତକ ଉନ୍ମୋଚିତ ହୋଇଯାଇଅଛି । ଏହି ଅବସରରେ କୋରାପୁଟ ଜିଲ୍ଲାର ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "ଫେସବୁକ ପ୍ରେମ" ଏହାର ସଙ୍କଳନରେ ସ୍ଥାନିତ ହୋଇଅଛି । ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି । ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ ସ୍ୱରୂପ ପ୍ରମାଣ ପତ୍ର ପ୍ରାପ୍ତ ହେବାର ଖବର ମଧ୍ୟ ଆଗରୁ ହସ୍ତଗତ ହୋଇଅଛି । ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି । ଏହି କାର୍ଯ୍ୟକ୍ରମରେ ହସ ହାଟ ହାସ୍ୟ ସଙ୍କଳନର ସଂକଳୟିତା : ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ଦାସ ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଉପରେ ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଜ୍ଞାପନ କରିଥିବା ସହ ପୁସ୍ତକ ଭେଟି ପ୍ରଦାନ କରିଥିବା ତଥା ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment