ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ : ସିଂ ଲା ଥାନାରେ ମାମଲା


ବାଲିଆପାଳ, ୧୪/୯ (ପ୍ରଭାକର ମଲ୍ଲିକ) : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସମାଜରେ ଘଟୁଥିବା ଘଟଣାବଳୀ କୁ ପ୍ରମାଣିକତା ଦସ୍ତାବିଜ ଅନୁସାରେ ଖବର ପ୍ରକାଶ କରିବା ଏକ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକର ଧର୍ମ । ମାତ୍ର ଯଦି କୌଣସି ଖବରକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଏ ତେବେ ଏହା ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ବଜାରରେ ।
     ସୂଚନା ରୁ ପ୍ରକାଶ ବାଲିକୁଟି ମିଶନ ଶକ୍ତିର ଜିପିଏଲଏଫ୍ ଅଫିସ ର ଇସି ମେମ୍ବର ମାନେ ତାଙ୍କର ସଭାନେତ୍ରୀ ବ୍ରଜେଶ୍ବରୀ ପାଳ ଓ ସମ୍ପାଦିକା ତପସ୍ୱିନୀ କର ଙ୍କ ବେନିୟମ କାର୍ଯ୍ୟକଳାପ ବିରୋଧରେ ଜିଲ୍ଳାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ଦୈନିକ ଖବର କାଗଜ ସେଇଠୁ ଆରମ୍ବ ର ସାମ୍ବାଦିକ ରାଜକିଶୋର ପାତ୍ର ଇସି ମେମ୍ବର ମାନଙ୍କ ର ଦସ୍ତାବିଜ ଏବଂ ଅଭିଯୋଗ ମୂଳେ ବାଲିକୁଟି ଜିପିଏଲଏଫ୍ ର ଦୁର୍ନୀତି ସମ୍ପର୍କିତ ଖବର ଗତ ତା ୧୨/୯/୨୦୨୩ ରିଖ ମଙ୍ଗଳବାର ପ୍ରକାଶ କରିଥିଲେ । ଏହି ଖବର କୁ ପ୍ରତିବାଦ କରି ବାଲିକୁଟି ଜିପିଏଲଏଫ୍ ସଭାନେତ୍ରୀ ବ୍ରଜେଶ୍ବରୀ ପାଳ ଓ ସମ୍ପାଦିକା ତପସ୍ୱିନୀ କର ଙ୍କ ନେତୃତ୍ୱରେ ଇସି ମେମ୍ବର ପ୍ରତିଭା ଗୁପ୍ତା, ମହିଳା ଗ୍ରୁପ ର ସଦସ୍ୟ ମଞ୍ଜୁଲତା ଦଳାଇ, ପାର୍ବତୀ ଦଳାଇ, ଟିକ ମଙ୍ଗରାଜ, ଝିଲି ଦଳାଇ ଙ୍କ ସହିତ ଅନ୍ୟ ମହିଳା ଓ ପୁରୁଷ ଵ୍ୟକ୍ତି କଟି ବାଙ୍ଗରା ବୁଧବାର ଦିନ ସାମ୍ବାଦିକ ଶ୍ରୀ ପାତ୍ର ଙ୍କ ଲଙ୍ଗଳେଶ୍ୱର ଠାରେ ଥିବା ମୋ ସେବା କେନ୍ଦ୍ର କୁ ହଠାତ ଧସେଇ ପଶି ଅଶାଳୀନ ଭାଷାରେ ତାଙ୍କୁ ଗାଳି ଗୁଲଜ କରିବା, ପିଟିବା ସହିତ ଧାରୁଆ ଛୁରୀରେ ମରଣାତ୍ମକ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ସେ କଡେଇ ଯିବାରୁ ଛୁରିଟି କାନ୍ଥରେ ବାଜିଥିଲା । ସେବା କେନ୍ଦ୍ରରେ ଥିବା ଲାପଟପ କୁ ଭାଙ୍ଗିବା, ଇଲେକ୍ଟ୍ରିକ ବୋର୍ଡ କୁ ଭାଙ୍ଗିବା, ସିସିଟିଭି ରୁ ମେମୋରୀ କାଢିନେବା ଏବଂ ଅନ୍ୟ ଆସବା ପତ୍ର କୁ ଫିଙ୍ଗିବା ସହିତ ଉତ୍ୟକ୍ତ ମହିଳା ମାନେ ତାଙ୍କୁ ଘୋଷାରି ବାହାରକୁ ନେବା ପାଇଁ ଚେଷ୍ଟା କରିଥିଲେ । ମଞ୍ଜୁଲତା ଦଳାଇ, ଝିଲି ଦଳାଇ, ପ୍ରତିଭା ଗୁପ୍ତା ଶ୍ରୀ ପାତ୍ର ଙ୍କ ବେକରୁ ସୁନା ଚେନ ଚିଣ୍ଡାଇବା ନେବା ସହିତ ତାଙ୍କ ଡ୍ରୟାରୁ ୫୦୦୦୦/- ଟଙ୍କା ବାହାର କରିନେଇଥିଲେ । ପାର୍ବତୀ ଦଳାଇ ଓ ଅନ୍ୟମାନେ ତାଙ୍କୁ ଜାତିଆଣ କେଶ ଏବଂ ବଳାତ୍କାର କେଶ ରୁଜୁ କରିବେ ବୋଲି ଧମକ ଦେଇଥିଲେ । ତେବେ ସାମ୍ବାଦିକ ଙ୍କ ଠାରୁ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଶ୍ରୀ ପାତ୍ର ଙ୍କୁ ଉତ୍ୟକ୍ତ ମହିଳାଙ୍କ ଠାରୁ ଉଧାର କରିଥିଲେ । ଖବର ଅନୁସାରେ ଉଭୟ ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ତଦନ୍ତ ଜାରି ରଖିଛି । ତେବେ ଦେଖିବାକୁ ବାକି ରହିଲା ସାମ୍ୱାଦିକ ଶ୍ରୀ ପାତ୍ର ଙ୍କୁ କେବେ ନ୍ୟାୟ ମିଳୁଛି ।

Post a Comment

Previous Post Next Post