ବାଲିଆପାଳ,୧୩/୯ ( ପ୍ରଭାକର ମଲ୍ଲିକ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ତଥା ବିଜୁ ଜନତା ଦଳ ସଂଗଠନକୁ ମଜବୁତ କରିବା ପାଇଁ ସୋମବାର ଦଳ ପକ୍ଷରୁ ବାଲିଆପାଳ ବ୍ଲକ ବଣିଆଡ଼ିହା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବଣିଆଡ଼ିହା ପଞ୍ଚାୟତ ସଭାପତି ଅଶ୍ବିନୀ ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ମହିଳା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ପଞ୍ଚାୟତର ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ନେତୃତ୍ବରେ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଲୋକଙ୍କ ନିକଟତର ହୋଇ କାମ କରିବାକୁ ପଞ୍ଚାୟତସ୍ତରୀୟ କର୍ମୀ ବୈଠକରେ ମୁଖ୍ୟ ଅତିଥି ଶ୍ରୀମତୀ ଜେନା କର୍ମୀମାନଙ୍କୁ ଆହ୍ଵାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କର୍ମୀ ବୈଠକରେ ୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନିଶାକର ସେଠୀ, ବାଲିଆପାଳ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବଣିଆଡ଼ିହା ପଞ୍ଚାୟତ ସଭାପତି ଅଶ୍ବିନୀ ଜେନା, ପଞ୍ଚାୟତ ସମିତିସଭ୍ୟ କଟି ମାରାଣ୍ତି, ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ,ବାଲିଆପାଳ ବ୍ଲକ ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡା, ଜିଲ୍ଲା ଯୁବ ସଂମ୍ପାଦକ ପ୍ରଦୀପ ଜେନା, ବାଲିଆପାଳ ବ୍ଲକ୍ ଛାତ୍ର ସଭାପତି ସୁଶାନ୍ତ ବେହେରା,ଜମ୍ଭିରାଇ ପଞ୍ଚାୟତର ପୂର୍ବତନ ସମିତି ସଦସ୍ୟ ରମାନାଥ ବିଶ୍ବାଳଙ୍କ ସମେତ ବଣିଆଡ଼ିହା ପଞ୍ଚାୟତର ୱାର୍ଡ ସଦସ୍ୟ,ସଦସ୍ୟା ତଥା ପଞ୍ଚାୟତର ଦଳୀୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Post a Comment