ବାଲେଶ୍ଵର, ୧୩/୯ (ଲକ୍ଷ୍ମୀଧର ବାରିକ): ରେମୁଣା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଓ ଡ୍ରାମା ପ୍ରତିଯୋଗିତା ସ୍ଥାନୀୟ ରେମୁଣା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ର ରେମୁଣା ବ୍ଲକ ବିଜ୍ଞାନ ସଂଯୋଜକ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ କାଳନ୍ଦୀ ସୋରେନ୍, ମୁଖ୍ୟବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ନିଳୀମା ପ୍ରିୟଦର୍ଶିନୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣର ପ୍ରଶିକ୍ଷିକା ସାଇବର୍ଷା ଚୌଧୁରୀ, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ବ୍ଲକର ୨୫ଟି ଉଚ୍ଚ ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକଙ୍କ ସହ ପ୍ରତିଯୋଗୀ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ସେମିନାରରେ ରେମୁଣା ଉଚ୍ଚ ବିଦ୍ୟାଳୟର ଛାତ୍ର ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରଥମ ହୋଇ ଆସନ୍ତା ୨୧ ତାରିଖରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନ ଓ ଡ୍ରାମାରେ ଭୀମପୁରା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ରେମୁଣା ଉଚ୍ଚ ବିଦ୍ୟାଳୟର ସହକାରୀ ବରିଷ୍ଠ ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ। ସିଆର୍ସିସି ବିଶ୍ବନାଥ ପ୍ରଧାନ, ନିବେଦିତା ନାୟକ, ଅନ୍ତର୍ଯ୍ୟାମୀ କର, ରଂଜିତା ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଓ ଡ୍ରାମା ପ୍ରତିଯୋଗିତା
ଆଜତକ ଓଡ଼ିଶା
0
Post a Comment