କଣ୍ଟାମାଳ, ୦୧।୦୯ (ମନଧରକର୍ମୀ) କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଜାମୁମାଳ ଗାଁର ଅନତି ଦୂରରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ମାର୍କେଟ କମ୍ପ୍ଲେକ୍ସ ।ମିଳିଥିବା ସୂଚନା ଅନୁସାରେ,ପ୍ରାୟ ଦୁଇ ବର୍ଷ ହେବ ଏହି ସ୍ଥାନରେ ପଞ୍ଚାୟତ ତରଫରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ପଞ୍ଚାୟତବାସୀ ସ୍ଥିର କରିଥିଲେ ।ଏଥିପାଇଁ ପଞ୍ଚାୟତର ସ୍ଵତନ୍ତ୍ର ଅନୁଦାନ ସ୍ୱରୂପ ୧୦ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା ।ମାତ୍ର ସେତେବେଳର ସରପଞ୍ଚଙ୍କ ଦୂରଦୃଷ୍ଟିର ଅଭାବ ହେତୁ ଆଜି ପର୍ଯ୍ୟନ୍ତ ଏହି ମାର୍କେଟ କମ୍ପ୍ଲେକ୍ସଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି ।ସରକାର ଜନସାଧାରଣଙ୍କ ଆର୍ଥିକ ଉନ୍ନତି ଦିଗରେ ସୁଧାର ଆଣିବା ପାଇଁ ଅନେକ ଯୋଜନା ପ୍ରଣୟନ କରି ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇ ଯାଉଥିବା ଦେଖିବାକୁ ମିଳୁଛି ।ଏଣୁ ବେଳେ ବେଳେ ଗରିବ ନିରୀହ ଲୋକମାନେ ହଇରାଣ ହେଉଥିବା ଚର୍ଚ୍ଚା ହେଉଛି ।ଉକ୍ତ ଖବରଟି ବାରମ୍ବାର ଗଣ ମାଧ୍ୟମରେ ପ୍ରସାରଣ ହୋଇଥିଲା ଓ ପଞ୍ଚାୟତବାସୀଙ୍କ ଅନୁରୋଧ କ୍ରମେ ଗତ ବର୍ଷ ସେପ୍ଟେମ୍ବର ମାସରେ କଣ୍ଟାମାଳ ବିଡିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ପରିଦର୍ଶନରେ ଆସି ଉକ୍ତ କାମଟିକୁ ଶିଘ୍ର କରିଦେବା ପାଇଁ କହିଥିଲେ ।କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ କାମଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି ।ଏସମ୍ପର୍କରେ କଣ୍ଟାମାଳ ବିଡ଼ିଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଏହି ଘରର ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର କରାଯିବ ବୋଲି କହିଛନ୍ତି । ଯଥା ଶୀଘ୍ର ମାର୍କେଟ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ କରିବା ପାଇଁ ସାଧାରଣ ରେ ଦାବୀ

Post a Comment