ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ପଣ୍ଡକିଟାଲ (ଜାମଖୋଲ) ଠାରେ ଥିବା ଗୀତା କ୍ଷେତ୍ର ସତ୍ୟବାବା ପୀଠ ଆଞ୍ଚଳିକ ପରିଚାଳନା କମିଟୀ ଦ୍ବାରା ଶ୍ରାବଣ ପୂର୍ଣ୍ଣିମା ତିଥିରେ ପ୍ରାୟ ଏକ ହେକ୍ଟର ଜମିରେ ୨୦୦ ଫଳ ଚାରା ରୋପଣ ସହିତ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଯୁକ୍ତ କରମଚାନ୍ଦ ମହାନ୍ତି ବୃକ୍ଷରୋପଣ ଦ୍ୱାରା ବିଶ୍ୱ ପରିବେଶ ନିୟନ୍ତ୍ରଣ ସମ୍ଭବ ଆଦି ମହତ ଉଦବୋଧନ ଦେଇ ଥିଲେ। ଆବାହକ ଶ୍ରୀ ଭୁବନେଶ୍ବର ସାହୁ ସଭା ପରିଚାଳନା କରିଥିଲେ, ସମ୍ପାଦକ ଶ୍ରୀ ସୁବ୍ରତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ସହସମ୍ପାଦକ କୁଶଳେଶ୍ୱର ପୁଟେଳ, ଆବାହକ ଶ୍ରୀ ଚୈତନ୍ୟ ବାଘ, କୋଷାଧ୍ୟକ୍ଷ ଶ୍ରୀଧର ନାଏକ,ପରିବେଷ ପ୍ରେମୀ ଶ୍ରୀ ରୋହିତ ନାଗ, ସନ୍ଥ ଶ୍ରୀ କ୍ଷେତ୍ରବାସୀ ଦାସ, ପ୍ରବଚକ ବ୍ରହ୍ମଚାରି ଶ୍ରୀ ଜଗଦୀଶ ଦାସ, ଲକ୍ଷ୍ମଣ ମେହେର,ତ୍ରୀନାଥ ସାହୁ, ରାଜୁ ଭୋଇ, ପ୍ରସାନ୍ତ ସେଠୀ, ଅଜିତ ସାହୁ, ଲିଙ୍ଗରାଜ ଧରୁଆ,ପ୍ରକାଶ ବଘାର,ଦିଗାଳ ମହାକୁର ,ରାଜେଶ ମହାକୁର,ଶ୍ୟାମ ମାରେହି, ଳଳିତ ସେଠୀ,ସୂର୍ଯ୍ୟନାରାୟଣ ଭୋଇ, ସୂର୍ଯ୍ୟନାରାୟଣ ସାହୁ, ଘୁଟୁ ଦଣ୍ଡସେନା,ରାମ ନାଗ,ଲକ୍ଷଣ ବଗର୍ତି,ବସୁଦେବ ସେଠୀ,ବୈଶାଖୁ ସାହୁ ଗୀତା କ୍ଷେତ୍ର ର ସମସ୍ତ ଭକ୍ତବୃନ୍ଦ ଓ ବୋଲ ବମ ଭକ୍ତ ବୃନ୍ଦ ସହଯୋଗ କରିଥିଲେ। ସୂଚନା ଅନୁସାରେ ଏହି କ୍ଷେତ୍ରରେ ପ୍ରତ୍ୟେକ ମାସ ପୂର୍ଣ୍ଣିମା ତିଥି ରେ ଶ୍ରୀମଦ ଭଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି ।
ଗୀତା କ୍ଷେତ୍ର ରେ ବୃକ୍ଷରୋପଣ ଓ ସତସଙ୍ଗ କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment