କଣ୍ଟାମାଳ,୦୧/୦୯ (ମନଧରକର୍ମୀ) ବଡ଼ ଭାଇକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କୋଦଳରେ ହାଣିଲା ସାନଭାଇ । ଘଟଣା ସ୍ଥଳରେ ବଡ଼ ଭାଇର ମୃତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟିର ଦୁଇ ଭାଇ ଚକ୍ର ପ୍ରଧାନ ଓ ମକର ପ୍ରଧାନ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ସାନ ଭାଇ ମକର ପ୍ରଧାନ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା କୋଦଳରେ ବଡ଼ ଭାଇ ଉପରକୁ ଆକ୍ରମଣ କରିଥିଲା । ବଡ଼ ଭାଇ ଚକ୍ର ପ୍ରାଣ ବିକଳରେ ଗାଁ ଦାଣ୍ଡରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ବି ଏଥିରେ ବିଫଳ ହୋଇଥିଲା । ହତ୍ୟାକାରୀ ସାନ ଭାଇ ମକର ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟାକରିଥିଲା । ଖବର ପାଇ ବାଉଁଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Post a Comment