ଜଳେଶ୍ୱର, ୦୧ ।୦୯ (ଜଗନ୍ନାଥ ଗୋଛାୟତ) ଭାରତୀୟ ଜୀବନ ବୀମା ନିଗମର ୬୭ତମ ଜନ୍ମ ଦିବସ ଉପଲକ୍ଷେ ପାଳନ କରିବାକୁ ଥିବା ବୀମା ସପ୍ତାହର ଉଦ୍ଘାଟନୀ ଉତ୍ସବ ଜଳେଶ୍ୱର ଏଲଆଇସି କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ନିଗମର ଶାଖା ପରିଚାଳକ ଦିଲ୍ଲୀପ କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ଏସ୍.ଡି.ପି.ଓ ଦିଲ୍ଲୀପ କୁମାର ସାହୁ ଯୋଗଦେଇ ଉସôବକୁ ଉଦ୍ଘାଟନ କରିବା ସଙ୍ଗେସଙ୍ଗେ ଏଲଆଇସି ଭାରତର ଏକ ମାତ୍ର ଜାତୀୟ ବୀମା କୋମ୍ପାନୀ ଭାବେ ସବୁଠାରୁ ଅଧିକ ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଛି ବୋଲି କହିଛନ୍ତି । ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟାପିକା ଇନ୍ଦୁମତି ଗିରି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଲିଆପିର ସଂପାଦକ ମନୋରଂଜନ ଦାସ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଓ ଏସୋସିଏସନର ସଭାପତି ଗୋପିନାଥ ପ୍ରମାଣିକ, କର୍ମଚାରୀ ସଂଘର ସଭାପତି ଭରତ ପରିଆଲ, ଲିଆପିର ସଭାପତି ଅନାଦୀ ଗିରି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେସଙ୍ଗେ ୬୭ତମ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଶେଷରେ ବରିଷ୍ଠ କର୍ମଚାରୀ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ସକାଳେ ନିଗମର ଶାଖା ପରିଚାଳକ ଦିଲ୍ଲୀପ କୁମାର ବିହାରୀ ନଗମ ପତାକା ଉତୋଳନ କରିଥିଲେ । ଆଜିଠାରୁ ୭ଦିନ ବ୍ୟାପୀ ବମା ସପ୍ତାହ ପାଳନ କରାଯିବ । ୭ଦିନ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭନ୍ନ ପ୍ରତିଯୋଗୀତା, ରକ୍ତଦାନ ଶିବିର, ବୃକ୍ଷ ରୋପଣ ତଥା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶେଷରେ ୭ତାରିଖ ଦିନ ଉଦ୍ୟାପନୀ ଉସôବ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Post a Comment