କଣ୍ଟାମାଳ, ୦୧/୦୯( ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୌରୀ ବେଙ୍ଗେସ ର ବଡଝର ନାଳ ଦେଇ ଯାଇଥିବା ରାସ୍ତାଟି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାଳ ପାଖ ରାସ୍ତା ଟି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ରାସ୍ତାଟି ଫାଟି ଗଲାଣି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ମରାମତି କରାଯାଇଥିବା ବେଳେ ନିର୍ମାଣର ୨ମାସ ନ ପରୁନୁ ଫାଟି ଆଁ କଲାଣି । ଉକ୍ତ ରାସ୍ତା ନିର୍ମାଣ ସମୟରେ ଠିକାଦାର କେବଳ ଖାଲ ସ୍ଥାନରେ ପେଚିଂ କରୁଥିବାରୁ ଗ୍ରାମବାସୀ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ ସୁଦ୍ଧା ଠିକାଦାର କି ବିଭାଗୀୟ ଯନ୍ତ୍ରୀ କେହିବି ତାଙ୍କ କଥାକୁ ଶୁଣି ନ ଥିଲେ । ଗୋଟେ ପଟେ ସରକାର ଗମନା ଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ପ୍ରଣୟନ କରି ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ରାସ୍ତା ଗୁଡ଼ିକ ନିମ୍ନ ମାନର ନିର୍ମାଣ ସାମଗ୍ରୀ ସହ କାର୍ଯ୍ୟ ହେଉଥିବାରୁ ତାହାର ସ୍ଥାୟୀତ୍ବ କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହା ଫଳରେ ଜନ ସାଧାରଣ ସରକାରୀ ଯୋଜନାର ସୁଫଳ ପାଉ ନ ଥିବା ବେଳେ ଠିକାଦାର ଓ ଯନ୍ତ୍ରୀ ମାଲେ ମାଲ ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ରାସ୍ତାକୁ ଖୁବ୍ ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

Post a Comment