ରାଇବଣିଆ ଜଙ୍ଗଲ ରାସ୍ତାରେ ଦିନରେ ହେଉଛି ଛନ୍ତାଇ, ପୋଲିସ ପ୍ରଶାସନ ନୀରବ

ଜଳେଶ୍ୱର, ୧୨ ।୦୯ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ଅଂଚଳରେ ଧିରେଧିରେ ଚୋରୀ ରାହାଜାନୀ ବଢିବାରେ ଲାଗିଛି । କିଛିଦିନ ଧରି ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ଓ ଖୁଆଡ ଗ୍ରାମ ପଂଚାୟତ ମଧ୍ୟରେ ଥିବା ଶାଳବଣି-ଖୁଆଡ ମୁଖ୍ୟ ରାସ୍ତା ଓ ଡାଳଭାଙ୍ଗା, ରାଇଶୋଳ, ଜୁଆଳିଭଙ୍ଗା, ପୁରୁଣାପାଣି, କେନ୍ଦୁଖୁଣ୍ଟା ଇତ୍ୟାଦି ବିଭିନ୍ନ ଜଙ୍ଗଲ ରାସ୍ତା ଗୁଡିକରେ ଛିନ୍ତାଇ ବଢିବାରେ ଲାଗିଛି । ଏଥିନେଇ ରାଇବଣିଆ ଥାନା ଓ କୁଶଗଡ ଫାଣ୍ଡିରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ କୈାଣସୀ ପଦକ୍ଷେପ ନେଉନଥିବାରୁ ଜନସାଧାରଣ ଭୟ ଓ ଆଶଙ୍କା ମଧ୍ୟରେ ରାସ୍ତାରେ ଯିବା ଆସିବା କରୁଛନ୍ତି । ଦୀର୍ଘବର୍ଷ ପରେ ପୁଣି ଜଙ୍ଗଲରାସ୍ତା ଚୋରଙ୍କ କବଳରେ କବଳିତ ହେବାରେ ଲାଗିଛି । ଗତ ୧୧ତାରିଖ ଦିନ ଦ୍ୱିପ୍ରହରରେ ଲୁଟେରା ମାନେ ବାଗୁଡା ଗ୍ରାମ୍ୟ ରାସ୍ତାରେ ଯାଉଥିବା ଦୁଇଜଣ ଲୋକଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇ ସେମାନଙ୍କ ଠାରୁ ଛିନ୍ତାଇ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଥାଚାରୀମାନେ ଆସିଯିବାରୁ ଚୋରମାନେ ପଳାଇଯାଇଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଥିଲେ ଓ କୁଶଗଡ ଫାଣ୍ଡରେ ଜିମା ଦେଇଥିଲେ । ଚୋରମାନେ ଜଙ୍ଗଲ ମଧ୍ୟରେ ଲୁଚି ରହୁଛନ୍ତି । ଫାଙ୍କା ରାସ୍ତାରେ ଯାଉଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ଅଟକାଇ ଜିନିଷ ପତ୍ର, ମୋବାଇଲ, ଟଙ୍କା ଇତ୍ୟାଦି ଛିନ୍ତାଇ କରି ମୋଟର ସାଇକେଲରେ ପଳାଇ ଯାଉଥିବାର ଦେଖିବାକୁ ମିଳୁଛି । ଦିନରେ ବହୁ ଅଚିହ୍ନା ଯୁବକ ଜଙ୍ଗଲ ରାସ୍ତାରେ ଘୁରିବୁଲୁଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ତଥା ରାଇବଣିଆ ପୋଲିସ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ତେବେ ଏହି ଚୋରମାନେ ସ୍ଥାନୀୟ ଜଳେଶ୍ୱର ସହର ଅଂଚଳର ଓ ନିଶାଗ୍ରସ୍ତ ଯୁବକ ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତ।

Post a Comment

Previous Post Next Post