ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ର "ବନ ମହୋତ୍ସବ" ପାଳିତ


ବାଲେଶ୍ଵର, ୧୩/୮ (ଲକ୍ଷ୍ମୀଧର ବାରିକ) ଆଜି ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ଅଧକ୍ଷ ସପନ ବେହେରାଙ୍କ ଅଧ୍ୟକ୍ଷତାରେ ହଳଦୀପଦା ସ୍ଥିତ ଜନାର୍ଦ୍ଦନ ୟୁ ପି ବିଦ୍ୟାଳୟ ପରିସରରେ "ବନ ମହୋତ୍ସବ" ପାଳିତ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବସ୍ତା ଏସଡିପିଓ ମାନସ କୁମାର ଦେଓ ଯୋଗ ଦେଇଥିଲେ। କ୍ଲବ ସଭାପତି ଜୟନ୍ତ ରଣା ଓ ସମ୍ପାଦକ ଗୌରହରି ମଲ୍ଲିକ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ ଅତିଥିଙ୍କ ସହ ବୃକ୍ଷ ରୋପଣ ଆରମ୍ଭ କରିଥିଲେ। ଦୁଇ ଶହରୁ ଅଧିକ ଫଳ ଗଛ ଲଗାଯାଇଥିଲା ଏହି କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଅତିଥି ବୃକ୍ଷ ଆବଶ୍ୟତା ବିଷୟରେ ସମସ୍ତଙ୍କୁ ଅବଗତ କରେଇବା ସହ ଏହି ମହତ କାର୍ଯ୍ୟ ପାଇଁ କ୍ଲବ ଏବଂ ସହଯୋଗ କରିଥିବା ସ୍କୁଲ ଧନ୍ୟବାଦ ଦେଇଥିଲେ। ଏହି ସଫଳ କରିବାରେ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସୁଦର୍ଶନ ଦାସ, ମନୋରଞ୍ଜନ ରାଉତ, ତାପସ ପ୍ରଧାନ, ଦେବାଶିଷ ମିଶ୍ର, ଅବିନାଶ ପାଣିଗ୍ରାହୀ, ସତ୍ୟମ ମିଶ୍ର ଏବଂ ଅନ୍ୟ କ୍ଲବ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।

Post a Comment

Previous Post Next Post