ନୀଳକଣ୍ଠେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ


ବାଲେଶ୍ବର,୧୩/୮ (ଲକ୍ଷ୍ମୀଧର ବାରିକ) ନୀଳକଣ୍ଠେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍‌ ୟୁନିଟ୍‌ ପକ୍ଷରୁ ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶଶୀଭୂଷଣ କର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଚାରାରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶୋଭାଯାତ୍ରା କରାଯାଇ କାରଗିଲ୍‌ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦ ଗଙ୍ଗାରାମ ଦାସଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ଅଧିକାରୀ ସୁବେଦାର ମେଜର ବିଜୟ କୁମାର ଦାସ, ସହିଦ ଗଙ୍ଗାରାମଙ୍କ ଦାସଙ୍କ ପିତା ଶ୍ୟାମସୁନ୍ଦର ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ରାଜେଶ ମହାପାତ୍ର ଓ ଯୁବ ରେଡକ୍ରସ୍‌ର କାଉନସିଲର ମାନସ ରଂଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟାପକ ଭରତ କୁମାର ଘଡ଼ିଆ, ଜଗତାନନ୍ଦ ବିଶ୍ବାଳ ଓ ଜ୍ୟୋତ୍ସ୍ନାରାଣୀ ସିଂ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Post a Comment

Previous Post Next Post