ଜଳେଶ୍ୱର,୪/୮(ଜଗନ୍ନାଥ ଗୋଛାୟତ)ଜଳେଶ୍ବର ଉପାନ୍ତ ନଛିମପୁର ପଞ୍ଚାୟତ ସେହି ଗାଁର ସ୍ୱର୍ଗତ ଵ୍ରଜେଶ୍ୱରୀ ଗିରିଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦଶାହ କର୍ମ ଅବସରରେ ପଞ୍ଚାୟତ କଂଗ୍ରେସ ଓ ଗ୍ରାମ୍ୟ ପୂଜ୍ୟପୂଜା କମିଟି ପକ୍ଷରୁ ଆୟୋଜିତ ସଭାରେ ଆତ୍ମାର ସଦଗତି ଲାଗି ନିରଵ ପ୍ରାର୍ଥନା ହୋଇଥିଲା। ସ୍ୱର୍ଗତ ଵ୍ରଜେଶ୍ୱରୀ ଗିରି ଏକାଧାରରେ ସୁସଂଗଠିକା, ସ୍ନେହମୟୀ, ପରପୋକାରୀ, ମମତା ମୟୀ ଓ ବହୁମୁଖୀ ପ୍ରତିଭାର ଅଧିକାରୀଣି ଥିଲେ।ଆତିଥ୍ୟ ପ୍ରଦାନ ଓ ଭଲପାଇବାରେ ସେ ଅନନ୍ୟ ଥିଲେ।ପଞ୍ଚାୟତ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ପରିଡ଼ା ସଭାପତି ଭାବେ ସଭା ପରିଚାଳନା କରି ମମତା ମୟୀର ସ୍ମୃତି ଅପାସୋରା ବୋଲି କହିଥିଲେ। ଲକ୍ଷ୍ମୀଧର ଗିରି ସୂଚନା ପ୍ରଦାନ କରିଥିବା ବେଳେ କବି ନରୋତ୍ତମ ପ୍ରଧାନ ପୂର୍ବତନ ସରପଂଚ ସୁଦାମ ପାତ୍ର,ଦୀପାଳି ଜେନା, ନାରୀ ନେତ୍ରୀ ରାଧାରାଣୀ ପାତ୍ର,ସପନ ଜେନା,ଶୁସାନ୍ତ ଦେ, ତ୍ରିଲୋଚନ ଦାସ ଅଧିକାରୀ, ରବୀନ୍ଦ୍ର ବାରିକ,ପଙ୍କଜ ଜେନା, ଲଖ୍ମଣ ପ୍ରଧାନ,ସୁବଲ ପାତ୍ର, ପ୍ରମୁଖ ଦିବଂଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ।ଏହି ଶୋକ ସଭାରେ ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଓ ଗ୍ରାମବାସୀ ଯୋଗ ଦେଇ ଆମର ଆତ୍ମାର ସଦଗତି କାମନା କରିଥିଲେ।

Post a Comment