ବାଲିଆପାଳ ୩୧/୮ (ପ୍ରଭାକର ମଲ୍ଲିକ) ବାଲିଆପାଳ ବସ୍ତା ପୂର୍ତ୍ତି ବିଭାଗ ମୁଖ୍ୟ ରାସ୍ତାର ବଡ଼ ସିମୁଳିଆ ଛକରୁ ମାର୍କେଟ ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି।ଫଳରେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇଛି।ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟ ଏକ କିଲୋମିଟର ଏହି ରାସ୍ତା ତିନି ବର୍ଷ ତଳେ କଂକ୍ରିଟ ହୋଇ ଥିଲା।ମାତ୍ର ନିମ୍ନ ମାନର କାମ ଯୋଗୁଁ କଂକ୍ରିଟରୁ ଚିପିସ ଉଠି ଗଲାଣି ।କେତେକ ଜାଗାରେ କଂକ୍ରିଟ ଦବିଯିବା ଯୋଗୁଁ ଖାଲ ଖମା ସୃଷ୍ଟି ହୋଇଛି।ସିମୁଳିଆ ଦୈନିକ ମାର୍କେଟକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ଚାଷୀ ଓ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମାନେ ଦୁଇ ଓ ଚାରି ଚକିଆ ଯାନରେ ପରିବା ପତ୍ର ବିକ୍ରି କରିବା ପାଇଁ ନିଅନ୍ତି।ରାସ୍ତା ଖରାପ ଥିବା ରୁ ପ୍ରାୟ ଏକ କିଲୋମିଟର ରାସ୍ତା ସେମାନେ ଅଯଥା ରେ ବୁଲି କରି ମାର୍କେଟକୁ ଯାଉଛନ୍ତି।ଅନ୍ୟ ପକ୍ଷରେ ରାସ୍ତା କଡକୁ କେତେକ ଲୋକ ଜବର ଦଖଲ କରି ରଖିଛନ୍ତି।ଫଳରେ ରାସ୍ତା ଧୀରେ ଧୀରେ ଶଙ୍କୁଚିତ ହେବାରେ ଲାଗିଛି।ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଓ ବ୍ୟବସାୟୀ ମାନେ ଦାବି କରିଛନ୍ତି।

Post a Comment