ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୬୧ତମ ଜନ୍ମ ଜୟନ୍ତୀ ପାଳିତ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ଯରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମଜୟନ୍ତୀ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାବେଶରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ପଥିତଯଶା ଲେଖକ ଡ.ବାସୁଦେବ ସୁନାନୀ ଓ ମୁଖ୍ଯବକ୍ତା ଭାବରେ ଓଡ଼ିଶାର ବିଶିଷ୍ଟ ପ୍ରବାଚକ ଡ଼ା କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସର୍ବେଶ୍ୱର ଜାଲ, ବିଇଓ ଯତୀଂଦ୍ର କୁମାର ସେଠ ଉପସ୍ଥିତ ରହିଥିବା ବେଳେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଂଚାସିନ ଥିଲେ ା ଏ ଅବସରରେ କବି ଗଙ୍ଗାଧରଙ୍କ ସାହିତ୍ଯ ଓ ଜୀବନ ଉଭୟ ଅଙ୍ଗାଅଙ୍ଗି ଭାବରେ ଜଡ଼ିତ ଏବଂ ଆଦର୍ଶର ବାହକ ବୋଲି କହିବା ସହ କବିଙ୍କ ସୃଷ୍ଟି ମାନବ ସମାଜକୁ ଆଲୋକର ପଥ ଦେଖାଏ ବୋଲି ବକ୍ତାମାନେ ମତବ୍ଯକ୍ତ କରିଥିଲେ । ପ୍ରାରମ୍ଭରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କଣ୍ଠଶିଳ୍ପୀ ବଂଶୀଧର ଜଗତ, ଚୂଡ଼ାମଣି ମେହେର ଓ ସାଥି କବିଙ୍କ ରଚିତ ସଙ୍ଗୀତ ପରିବେଷଣ କରିଥିଲେ । ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ବାର୍ଷିକ ବିବରଣୀ ପଠନ ପରେ ଗାଳ୍ପିକ ଗୌରାଙ୍ଗ କୁମାର ସାହୁଙ୍କ ପରିଚାଳନାରେ ସମିତିର ମୁଖପତ୍ର "ଅମୃତ ଗଙ୍ଗା"ର ଉନ୍ମୋଚନ କରାଯାଇଥିଲା । ଏଥିସହ କବିଙ୍କ ରଚିତ "ବିଶ୍ୱ ଦେଖ ମଧୁମୟ" ଗୀତକୁ ନେଇ ସଂଙ୍ଗୀତଜ୍ଞ ତ୍ରିନାଥ ମେହେରଙ୍କ ନିର୍ଦେଶନାରେ ତିଆରି ଅଡ଼ିଓଭିଡ଼ିଓକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ନାଟ୍ଯକାର ପରମେଶ୍ୱର ମୁଣ୍ତ, ସାହିତ୍ଯିକ ଡ.ସୁଶାନ୍ତ କୁମାର ବିଶି, ଲେଖକ ବାସୁଦେବ ସୁନାନୀ ଓ ସାହିତ୍ଯ ବିଶାରଦ ଡା. କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ୱର୍ଦ୍ଧନା କାର୍ଯ୍ଯକ୍ରମକୁ ଅଧ୍ଯାପକ ନବୀନ ଚଂଦ୍ର ମେହେର ଓ ଅଧ୍ଯାପକ ଧୃବଚରଣ ପଧାନ ପରିଚାଳନା କରିଥିବା ବେଳେ ପ୍ରେମାନନ୍ଦ ମେହେର, ନିଳାଂଚଳ ମେହେର, ବଂଶୀଧର ଜଗତ ଓ ଗୌତମ ମେହେର ମାନପତ୍ର ପାଠ କରିଥିଲେ । ଏହି ଅବସରରେ ବିଗତ ଗୋଟିଏ ବର୍ଷ ମଧ୍ଯରେ ସମିତି ଦ୍ୱାରା ଆୟୋଜିତ ବିଭିନ୍ନ ସାହିତ୍ଯ ଆସରରେ ଅଂଶଗ୍ରହଣ କରିଥିବା କବି,ଆଲୋଚକଙ୍କୁ ପ୍ରଶସ୍ତି ପତ୍ର ସହ ସମ୍ମାନିତ କରାଯାଇଥିଲା । ଏଥିସହ ସମିତି ତରଫରୁ ସାମ୍ୱାଦିକ ସଂଘକୁ ମଧ୍ଯ ସମ୍ମାନିତ କରାଯାଇଥିଲା । ଏହାକୁ ଶିବପ୍ରସାଦ ମେହେର ପରିଚାଳନା କରିଥିଲେ । ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ ନେହେରୁ ସ୍ମୃତିମଣ୍ତପ ଠାରୁ ଅତିଥି ମାନଙ୍କୁ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ସଭାମଂଚକୁ ଅଣାଯାଇଥିଲା । ସାରସ୍ବତ ସଭା ପରେ ସମିତି ଭବନ ନିର୍ମାଣ ନେଇ ବିଧାୟକ ଶିଲାନ୍ଯାସ କରିଥିଲେ । ଶେଷରେ ସଂପାଦକ ତରୁଣକୁମାର ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ରୂପେଶ ଚଂଦ୍ର ମେହେର, ମହେଂଦ୍ର ସୁନାନୀ, ଆଲୋକ ମେହେର, ସତ୍ଯବ୍ରତ ଗହୀର, ଗୋବିନ୍ଦ ସାହୁ, ସୂରଜ ମେହେର, ହାଡ଼ୁରାମ ମେହେର, ବିଜୟ କୁମାର ଯୋଷୀ, ରବିଂଦ୍ରନାଥ ଯୋଷୀ, ଚିନ୍ତାମଣି ସାହୁ, ମୁରଲିଧର ସା, ମୋହନ ଚରଣ ଦାସ, ଟେଣୋ ମେହେର, ହରେକୃଷ୍ଣ ମେହେର, ଭ୍ରମର ବାଗ, ପ୍ରଭାତ କୁମାର ମେହେର, ଡିସମ୍ୱର ମେହେର, ପ୍ରବିଣ ମେହେର, ବେଣୁଧର ମେହେର, ପ୍ରଦ୍ଯୁମ୍ନ ସିଂ ଚିନ୍ଦା, ଯଶୋବନ୍ତ ସା, ନରସିଂହ ମେହେର, ଭୀଷ୍ମରାଜ ମେହେର, ନିତିଶ ମେହେର, ହେମସାଗର ମେହେର, ହେମନ୍ତ ମେହେର, ଇଲୁ ମେହେର,ଲୋକନାଥ ମେହେର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ଯକ୍ରମରେ ନୂଆପଡ଼ା, କଳାହାଣ୍ତି ଜିଲ୍ଲା ସମେତ ଅଂଚଳର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ ।

Post a Comment

Previous Post Next Post