ଦୀନକୃଷ୍ଣ କଲେଜରେ +୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଜଳେଶ୍ୱର ୨/୮:(ଜଗନ୍ନାଥ ଗୋଛାୟତ) ଉତ୍ତର ବାଲେଶ୍ୱରର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ସ୍ୱାଗତ ଜଣାଯାଇଛି । ଆୟୋଜିତ ସଭାରେ ଅଧ୍ୟକ୍ଷ ଦିଲ୍ଲିପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରାଧ୍ୟାପକ ଅଜୟ କୁମାର ମହାପାତ୍ର, ସୁକାନ୍ତ କୁମାର ଦାସ, ଡ. ହିମାଂଶୁ କୁମାର ସାମଲ, ଡ. ଚିତ୍ତରଂଜନ ଭଂଜ, ଦୀପକ ସେନାପତି, ପୁଷ୍ପାଞ୍ଜଳି ପାଇକରାୟ, ମାନସ କୁମାର ଦାସ, ପ୍ରଦୀପ କୁମାର ବେହେରା, ଇନ୍ଦିରା ପ୍ରିୟଦର୍ଶନୀ ଗିରି ପ୍ରମୁଖ ଏହି ନୂତନ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳା, ସମୟାନୁବର୍ତ୍ତିତା, ବିନୟଭାବ, କର୍ତ୍ତବ୍ୟନିଷ୍ଠା ସଂପର୍କରେ ସଚେତନ ହେବାକୁ କହିଥିଲେ । ଛାତ୍ରଛାତ୍ରୀମାନେ ଅଧ୍ୟାବସାୟୀ ହୋଇ ଶ୍ରେଷ୍ଠତ୍ୱ ବଜାଇ ରଖିବା ସହିତ ଭବିଷ୍ୟତରେ ସୁନାଗରିକ ହେବାକୁ ପରାମର୍ଶ ଦିଆଯାଇଥିଲା । ଏଥିରେ ମହାବିଦ୍ୟାର ପୁରାତନ ଶିକ୍ଷାର୍ଥୀମାନେ ସେମାନଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ ।

Post a Comment

Previous Post Next Post