ବାଲେଶ୍ଵର,୨/୦୮(ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ଚାନ୍ଦିପୁର ଗୁଡୁପାହି ବାତ୍ୟା ଆଶ୍ରୟସ୍ଥଳରେ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପିକ୍ସଇ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ବାର୍ତା ଦେଇଥିଲେ। ଦେଶର ସୁରକ୍ଷା ନିମନ୍ତେ ପ୍ରତିରକ୍ଷା ବିଭାଗ କାର୍ଯ୍ୟ ଜାରି ରଖିଛି। ବିଭିନ୍ନ ଗୋଳାବାରୁଦ ପରିକ୍ଷଣ କରୁଛି। ଚାନ୍ଦିପୁରରେ ଗୋଳାବାରୁଦ ପରିକ୍ଷଣ ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀର କିଛି ସମୁଦ୍ର ଉପକୂଳ ବର୍ତି ଗାଁ ଲୋକଙ୍କୁ ସୁରକ୍ଷା ନେଇ ସ୍ଥାନାନ୍ତରିତ କରାଯାଇଥାଏ। ଏନେଇ ଗୋଳାବାରୁଦର ଭୟାବହତା ସମ୍ପର୍କରେ ଏହି ଶିବିର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।ଏହି ବାର୍ତା ଲୋକଙ୍କୁ ମାନିବା ଦରକାର ବୋଲି ବିଧାୟକ ଶ୍ରୀ ପରିଡା କହିଥିଲେ।ଶ୍ରୀ ପରିଡ଼ା ପ୍ରତିରକ୍ଷା ବିଭାଗ ନିକଟରେ ଦାବି ରଖିଛନ୍ତି ସମୁଦ୍ର ନିକଟ ବର୍ତୀ ଗାଁ ଭିତରକୁ ଲୁଣି ଜୁଆର ନ ଆସିବା ପାଇଁ ଉଚ୍ଚା ପଥର ବନ୍ଧ, ଦିନକୁ ଦିନ ସମୁଦ୍ର କୂଳରେ ଝାଉଁ ଜଙ୍ଗଲ ହ୍ରଦ ପାଉଛି ତାକୁ ପୁନାରୁଦ୍ଧାର କରିବା ଏବଂ ଅଞ୍ଚଳର ବିକାଶ ପାଇଁ ସହଯୋଗ କରିବାକୁ।ଅନ୍ୟ ତମ ଅତିଥିଭାବେ ପିକ୍ସଇର ନିର୍ଦେଶକ ଡିକେ ଯୋଶୀ ଯୋଗଦେଇ ଗୋଳାବାରୁଦ ପରିକ୍ଷଣ ସମୟରେ ଯେପରି ଲୋକଙ୍କ ଧନସମ୍ପତ୍ତି ଓ ଜୀବନ ହାନି ନ ଘଟେ ଏନେଇ ପିକ୍ସଇ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ପରିକ୍ଷଣ ସମୟରେ ସମୁଦ୍ରକୁ ଭିତରକୁ ନ ଯିବା, ଗୋଳାବାରୁଦ ନ ଉଠାଇବା, ପରୀକ୍ଷଣ ସମୟରେ ବେଳେବେଳେ ଗୋଳାବାରୁଦ ନ ଫୁଟି ସମଦ୍ରରେ ପଡି ରହିଥାଏ ଏହାକୁ ଉଠାଇବା ମହାବିପଦ। ଗୋଳାବାରୁଦ ପରୀକ୍ଷଣ ର ସଠିକ ଦିଗ ନଥାଏ ଏହା ସମୁଦ୍ରରେ କେଉଁଠିବି ପଡିପାରେ। ନିଜ ସୁରକ୍ଷା ନିଜ ହାତରେ ତେଣୁ ଏହି ବାର୍ତା ଲୋକଙ୍କୁ ମାନିବାକୁ ଶ୍ରୀ ଯୋଶୀ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସ୍ କେ ପତି, ଏଚ ଏସ ପଣ୍ଡା, କର ନେଲ ଏସ କେ ଦତ୍ତ, ଡିକେ ବେହେରା, କେ ମିଶ୍ର, ଜି ବାରିକ, ଏ ଦାସ, ଜିତେନ୍ଦ୍ର କୁମାର, ଆରଏନ ମିଶ୍ର, ସୁଦୀପ ରାଉତ, ଅଭୁଦୟ ଦାସ, ରବିନାରାୟଣ ସାହୁ, ଚନ୍ଦନ ଗିରି, ସମନାଥ ସାହୁ, ସଞ୍ଜୟ ଦାସ, ବିଜେଡ଼ି ଜିଲ୍ଲା ଯୁଗ୍ମ ସମ୍ପାଦକ ଗୋବିନ୍ଦ ପାତ୍ର, ବିକାଶ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment