ସୁଗୋ ଠାରେ ୟୁକୋ ଆରଏସଟି ପକ୍ଷରୁ ୧୦ ଦିନିଆ ମାଛଚାଷ ପ୍ରଶିକ୍ଷଣ ଶିବିର


ଜଳେଶ୍ୱର ୨/୮ (ଜଗନ୍ନାଥ ଗୋଛାୟତ) ଏକ ଜିଲା ଏକ ଉତ୍ପାଦ ଭଳି ଏକ ବ୍ଲକ ଏକ ଉତ୍ପାଦ ନିତୀ ସୁଗୋ ପଂଚାୟତ ଆଦରି ନେଇଛି । ଫଳରେ ସେଠାରେ ମାଛଚାଷ ସଂପର୍କୀୟ ବିଭିନ୍ନ ତାଲିମ ଓ ଏଥିଲାଗି ଆର୍ଥିକ ସହାୟତା ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ୧୦ ଦିନିଆ ପ୍ରଶିକ୍ଷଣକୁ ବାଲେଶ୍ୱର ଜିଲା ଆରଏସ୍ଟି (ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା)ର କର୍ମକର୍ତ୍ତାମାନେ ଯୋଗ ଦେଇ ୩୫ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଜିଓପି ପ୍ରକଳ୍ପ ଅଧିନରେ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ସଦସ୍ୟ ମାନଙ୍କୁ ମାଛଚାଷ ସଂପର୍କରେ ବୈଷୟିକ ଜ୍ଞାନ, ଆଥିର୍କ ସହାୟତା ପାଇବାର ନିୟମ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲା ପ୍ରବନ୍ଧକ ବିଶ୍ୱଜିତ୍ ସତପଥି, ଓଡିଶା ଜିବିକା ମିଶନର ଜିଲା ପ୍ରକଳ୍ପ ପ୍ରବନ୍ଧକ କାର୍ତ୍ତିକ ଚନ୍ଦ୍ର ନାୟକ, ଜିଲାପରିଷଦର ଅତିରିକ୍ତ ପ୍ରକଳ୍ପ ଅଧିକାରୀ କୌଶିକ ପାତ୍ର ଯୋଗ ଦେଇ ଆର୍ଥିକ ସ୍ୱାବଲମ୍ବି ହେବାଲାଗି ବିଭିନ୍ନ ସହାୟାତା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରଥଏସ୍ଟିର ନିର୍ଦ୍ଦେଶକ ସୁବ୍ରତ ମହାକୁଡ, ୟୁକୋ ବ୍ୟାଙ୍କ ଶାଖା ପ୍ରବନ୍ଧକ ଅଭିଶେଷ ଗିରି, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟଙ୍କା ସାହୁ, ସରପଂଚ ଜୟନ୍ତି ପରିଡା, ବ୍ଳକ ପ୍ରକଳ୍ପ ଅଧିକାରୀ ମଧୁମିତା ଦାସ, ପ୍ରଶିକ୍ଷକ ଅଭିଶେଷ ସ୍ୱାଇଁ, ମତ୍ସ୍ୟମିତ୍ର ସଂଜିତ ପ୍ରଧାନ, ସବିତା ପାତ୍ର ପ୍ରକୁଖ ଏଥିରେ ଯୋଗ ଦେଇଥିଲେ ।

Post a Comment

Previous Post Next Post