ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବାଲେଶ୍ବର,୧୩/୮ (ଲକ୍ଷ୍ମୀଧର ବାରିକ) ପୌରାଞ୍ଚଳ ୫ ନମ୍ବର ୱାର୍ଡ କାଉନସିଲର ମିତା ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ଦେୱାନପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ ଉଦ୍‌ଘାଟନ କରିଥିବା ବେଳେ ଡା. ଦୀନବନ୍ଧୁ ଦାସ, ଡା. ମମତା ସାହୁ, ଆଶାକର୍ମୀ ଅନ୍ନପୂର୍ଣ୍ଣା ରାଉତ, ଶାନ୍ତିଲତା ମାଝୀ, ସମାଜସେବୀ ରିତିକ ଜୀ, ମନୋରଞ୍ଜନ ମିଶ୍ର, କାଉନସିଲର ମୀନା ମହାନ୍ତି, ଆୟୁବ ଖାଁ, ଶଶୀରେଖା ମହାନ୍ତି, ସବିତା ଦାସ, ସନ୍ଧ୍ୟାରାଣୀ ଜେନା, କାର୍ତ୍ତିକ ସାହୁ, ଶୋଭା ମହାପାତ୍ର, ମିରାଜ ବାନୁ, କବିତା ମୁର୍ମୁ, ୱାର୍ଡ ସଭାପତି ଦେବାଶିଷ ଦାସଙ୍କ ସମେତ ମହିଳା ଆରୋଗ୍ୟ ସମିତି ସଭ୍ୟା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୱାର୍ଡ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

Post a Comment

Previous Post Next Post