ହେ କାରଗିଲ୍ ର ଶହୀଦ ବୀର
ଦେଶ ପାଇଁ ଲଢ଼ି ତୁମ୍ଭେ ବଳିଦାନ ଦେଲ
ଧନ୍ୟ ବୀର ତୁମେ ଚିର ଅମର ।।
ବିପ୍ଳବ ରକ୍ତପାତେ ରଚିଲ ଇତିହାସ
ପାକିସ୍ତାନ ସେନାକୁ କଲ ମାତ
ଆଜି ଆମେ ଭାରତୀୟ ବୋଲି କରୁ ଗର୍ବ
ଏ ଆମ ତ୍ରିରଙ୍ଗାର ଜିତାପଟ ।।
ନୱାଜ ସରିଫ୍ ଙ୍କ ଭାଙ୍ଗିଲା ଦମ୍ଭ ଇର୍ଷା
ମୁଶାରଫ୍ ଭାଙ୍ଗିଲେ ଛତ୍ରଭଙ୍ଗ
ଭାରତୀୟ ସେନା ସର୍ବ ହେଲେ ଏକତ୍ରିତ
ଭାଙ୍ଗିଲା ବିପ୍ଲବୀ ସେନାଙ୍କ ରଙ୍ଗ ।।
ହେ ବୀର ତୁମ ପାଖେ ଥିଲା ରଣକୌଶଳ
ଦେଖି ଚମକିଲା ଶତ୍ରୁର ଛାତି
ବୀର ଦର୍ପେ ତୁମେ ମାଡି ଆଗେଇ ଚାଲିଲ
ନ ଡରାଇଲା ଯେ ମୃତ୍ୟୁର ଗତି ।।
କୋଟି କୋଟି ଜନତା କଲେ ଯେ ଜୟଗାନ
ଏ କାରଗିଲ ସଂଘର୍ଷ ବିଜୟ
ମାଟି ମାଁ ପାଇଁ ପ୍ରାଣୋତ୍ସର୍ଗ ତୁମେ କରିଲ
ଆଣିଲ ଘେନି ଭାରତ ବିଜୟ ।।
**************************************
ତ୍ରିନାଥ ପଟ୍ଟନାୟକ
( ଯୁବ ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ:9438362172
Post a Comment