ବାଲିଆପାଳ (ପ୍ରଭାକର ମଲ୍ଲିକ)ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ମାଗଣାରେ ପ୍ରଦାନ କରୁଥିବା ବେଳେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ତହସିଲରେ ଏହାର ବ୍ୟତିକ୍ରମ ଦେଖାଯାଇଥିବା ବେଳେ ଜଣେ ଭୂମିହୀନ ହରିଜନ ଦରିଦ୍ର ପରିବାରକୁ ସରପଞ୍ଚ ତଥା ତାଙ୍କ ସମର୍ଥକ ରାଜନୈତିକ ଉଦ୍ଦେଶ୍ୟ ରଖି ବେଘର୍ କରିବାକୁ ଷଡ଼ଯନ୍ତ୍ର କରୁଥିବା ଦେଖିବାକୁ ମିଳିଛି ।ଏମିତିକି ସେହି ଗ୍ରାମର ସରପଞ୍ଚ ଓ ତାଙ୍କ ସମର୍ଥକ ଏକର ଏକର ସରକାରୀ ଜମି ଜବରଦଖଲ କରି ଭୋଗକରୁଥିବା ବେଳେ ନିଜସ୍ଵ ଘରଡିହ ନଥିବା ଓ ୬୦ ରୁ ଉର୍ଦ୍ଧ ବର୍ଷ ଧରି ସରକାରୀ ଜମି ଦଖଲ କରି ସରକାରଙ୍କ ଆବାସ୍ ଯୋଜନାରୁ ପକ୍କାଘର କରି ରହିଥିବା ବେଳେ ତାଙ୍କୁ ଉଚ୍ଛେଦ ପାଇଁ ରାଜନୈତିକ ଷଡ଼ଯନ୍ତ୍ର କାହିଁକି ? ତେବେ ସୂଚନାରୁ ପ୍ରକାଶ ସାଉଡି ପଞ୍ଚାୟତର ଦେବେନ୍ଦ୍ର ମଲ୍ଲିକ। ଜଣେ ଭୂମିହୀନ ହୋଇଥିବା ବେଳେ ନିଜ ଜମିକୁ ଲାଗି ଗୋବିନ୍ଦପୁର ମୌଜାର ୬ ଡିସିମିଲ ସରକାରୀ ଜମି ଦୀର୍ଘ ୬୦ ବର୍ଷହେବ ନିଜ ଦଖଲରେ ରଖି ଭୋଗ କରିଆସୁଛନ୍ତି। ତେବେ ସାଉଡି ପଞ୍ଚାୟତର ସରପଞ୍ଚ ଧରଣୀଧର ମଲ୍ଲିକ ଓ ତାଙ୍କର କିଛି ଅସାମାଜିକ ଗୁଣ୍ଡା ସାଥି ହରିଜନ ଦେବେନ୍ଦ୍ର ମଲ୍ଲିକ ଉପରେ ରାଜନୈତିକ ଉଦ୍ଦେଶ୍ୟ ରଖି ସେହି ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ର ଓ କମ୍ୟୁନିଟି ସେଣ୍ଟର କରିବାକୁ ବଳପୂର୍ବକ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବୋଳଂ ଆର୍ ଆଇ ଓ ସିଂଲା ପୋଲିସ୍ ର ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇଥିଲା। ତେବେ ଏଠାରେ ସୂଚନାଯୋଗ୍ୟ ସାଉଡି ଓ ଗୋବିନ୍ଦପୁର ମୌଜାରେ ଏକର୍ ଏକର୍ ସରକାରୀ ଜମି ଜବରଦଖଲ ରେ ରହିଥିବା ବେଳେ ଜଣେ ଭୂମିହୀନ ଉପରେ ଏମିତି ଅତ୍ୟାଚାର କାହିଁକି ? ତେବେ ଖସଡା ୩୯୭,୧୪୮,୫୪୮,୮୯୦,୪୨୪
, ୪୩୨, ୫୮୪,୮୪୪,୫୭୮,୫୧୨ ପ୍ରମୁଖ ପ୍ଲଟ୍ ଲୋକମାନେ ଜବରଦଖଲ କରି ରଖିଥିବା ବେଳେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ଜଣେ ଭୂମିହୀନ କୁ ନିର୍ଯ୍ୟାତନା କାହିଁକି ? ତେବେ ଏହାର ପ୍ରତିବାଦରେ ଆଜି ଦେବେନ୍ଦ୍ର ମଲ୍ଲିକ ତାଙ୍କ ଉପରେ ହେଉଥିବା ଅନ୍ୟାୟ ତଥା ଅନ୍ୟମାନେ ସରକାରୀ ଜମିକୁ ଜବରଦଖଲ ରଖିଥିବାରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଙ୍ଗନବାଡ଼ି କେନ୍ଦ୍ର ଓ କ୍ଲବ୍ ଘର ନିର୍ମାଣ ନିମନ୍ତେ ଅନ୍ୟତ୍ର ହେମନ୍ତ ମଲ୍ଲିକ ଘର ସାମ୍ନାରେ ସ୍ଥାନ ନିରୂପଣ ହୋଇ ଏଷ୍ଟିମେଟ୍ ସରିଥିଲେ ମଧ୍ୟ କିଛି କୁଚକ୍ରୀ ତଥା ଅସାମାଜିକ ଯୁବକଙ୍କ ପ୍ରରୋଚନାରେ ସରପଞ୍ଚ ରାଜନୈତିକ ଉଦ୍ଦେଶ୍ୟ ରଖି ମୋତେ ବେଘର୍ କରିବାକୁ ଷଡ଼ଯନ୍ତ୍ର କରୁଥିବାରୁ ମୁଁ ଏହାର ଘୋର ନିନ୍ଦା କରୁଛି। ତେବେ ଦେବେନ୍ଦ୍ର ମଲ୍ଲିକ ଆଜି ବୋଳଂ ଆର୍ ଆଇ, ବାଲିଆପାଳ ତହସିଲଦାର , ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ତେବେ ଗ୍ରାମର ଏକର୍ ଏକର୍ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ ପାଇଁ ଦାବି କରିଥିବା ଜଣାପଡିଛି।
Post a Comment