ନାବାଳିକା କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ


ନୂଆପଡା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ସେବାଶ୍ରମ ରେ ରହୁଥିବା ୮ ବର୍ଷ ର ଜ୍ଵନିକ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗ। ପ୍ରକାଶ ଯେ ବୁଧବାର ପୂର୍ବାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଛାତ୍ରୀ ଜଣକ ଖାଇ ସାରିବା ପାରେ ଛାତ୍ରୀ ନିବାସ ନିକଟରେ ଥିବା ନଳକୂପ କୁ ପାଣି ପାଇଁ ଆସିଥିଲା। ଏହି ସମୟରେ ପୂର୍ବରୁ ଯୋଜନା କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ଗ୍ରାମର ଚଉବନ ହରପାଳ ଅପହରଣ କରି ନିକଟସ୍ଥ ଜଙ୍ଗଲ କୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା. ଏହି ସମୟରେ ସ୍ଥାନୀୟ ଯୁବକ ଉଦ୍ଧବ ଶତନାମୀ ଜଙ୍ଗଳକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ଅମାନବୀୟ ଦୃଶ୍ୟ ଦେଖି ନିକଟରେ ଥିବା କିଛି ଲୋକ କୁ ଜଣାଇଥିଲେ. ପରେ ସମ୍ପୃକ୍ତ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଅଭିଯୁକ୍ତ ଜଣକ ଉଲଘ୍ନ ଅବସ୍ଥାରେ ରହି ଛାତ୍ରୀ ଜଣକୁ ଦୁଷ୍କର୍ମ ଉଦ୍ୟମ ଚଳାଇଥିଲା। ଏ ଅଭାବନୀୟ ଦୃଶ୍ୟ ଦେଖିବା ପରେ ଅଭିଯୁକ୍ତ କୁ କାବୁ କରିବା ସହ ଛାତ୍ରୀ ଜଣକୁ ଉଦ୍ଧାର କରି ଛାତ୍ରୀ ନିବାଶ ରେ ଛାଡି ଥିଲେ। ଏହି ଘାଟଣ ପ୍ରାଘାତ ହେବା ପରେ ସ୍ଥାନୀୟ ଗ୍ରାମ ବାସୀଙ୍କ ଉଦ୍ଧ୍ୟମ କ୍ରମେ ଯୁବକଙ୍କୁ ଅଟକ ରଖି ସିନାପାଲି ପୋଲିସ କୁ ଖବର ଦେବା ପରେ ପୋଲିସ ପହଂଚି ଅଭିଯୁକ୍ତ କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା ଜାରି ରଖିଛି. ବର୍ତମାନ ଛାତ୍ରୀ ନିବାସ ପରିସର ଉତେଜନା ରେ ଥିବା ବେଳେ ଅଭିଯୋଗ ପାଇଁ ସିନାପାଲି ମଙ୍ଗଳ ଅଧିକାରି ସୁନୀଲ ସାମଳ ଘଟଣାର ତଦନ୍ତ ଜାରି ରଖିଛନ୍ତି ତେବେ ଏଠାରେ ପ୍ରଶ୍ନ ଉଠେ? ଛାତ୍ରୀ ମାନଙ୍କ ସୁରକ୍ଷା ଦେବା ପାଇଁ ଏଠାରେ ନିୟୋଜିତ ଥିବା ମେଟ୍ରନ ଓ ଦଇତ୍ୟରେ ଥିବା ଶିକ୍ଷକ କି ଭଳି ଛାତ୍ରୀ ଜଣକୁ ଦୀର୍ଘ ସମୟ ଧରି ଅନୁପସ୍ଥିତ ଥାଇ ମଧ୍ୟ ନ ଜାଣିବା ଏବଂ ସମ୍ପୂର୍ଣ ଭାବରେ ଛାତ୍ରୀ ମାନଙ୍କ ସୁରକ୍ଷା ରେ ଥିବା କର୍ମଚାରୀ କିଭଳି ନ ଜାଣିଲେ ତାକୁ ନେଇ ବଡ ପ୍ରଶ୍ନ ? ତେବେ ଏହି ଘଟଣା କୁ ନେଇ ବିଭାଗୀୟ ଅଧିକାରି କିଭଳି ପଦକ୍ଷେପ ନେଇ ଛନ୍ତି ତାହା ଦେଖିବାକୁ ବାକି ରହିଲା

Post a Comment

Previous Post Next Post