ସୁବର୍ଣ୍ଣପୁର(ଗଣପତି ବାଘ) ସଫଳତା ଶିର୍ଶକୁ ଛୁଇଁବାକୁ ହେଲେ ଅର୍ଥ ବାଧକ ସାଜି ପାରେନାହିଁ । ପ୍ରବଳ ଇଚ୍ଛାଶକ୍ତି ଓ ପରିଶ୍ରମର ବଳ ହିଁ ସଫତାର ଚାବିକାଠି । ଏହାକୁ ପ୍ରମାଣକରି ଦେଖାଇଛନ୍ତି ଗରିବ ବୁଣାକାର ପରିବାରର ଝିଅ ତୁଳସି ମେହେର। ସୁବର୍ଣ୍ଣପୁର ଜିଲ୍ଲାର ସଦର ମଙ୍ଗଳବାର ବଜାର ସାହିର ଜଣେ ଗରିବ ପରିବାର ର ଝିଅ ଓଡିଶା ସିଭିଲ ସର୍ଭିସ ପରିକ୍ଷାରେ ହୋଇଛନ୍ତି ଉତ୍ତିର୍ଣ୍ଣ । ଗତ ଦୁଇଦିନ ତଳେ ବାହାରିଥିବା ରେଜଲ୍ଟରେ ୪୬ନଂ ରେଙ୍କରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି ଖଡି ଭୁଷଣ ମେହେର ଓ ଅମ୍ବୀକା ମେହେରଙ୍କ ସାନ ଝିଅ ତୁଳସୀ ମେହେର । ବାପା ମାଁ ଝିଅର ପାଠ ପଢାରେ କେବେ ଅବହେଳା କରିନାହାନ୍ତି । ବାପା ଜଣେ ସାଧାରଣ ଫେନ୍ସି ଷ୍ଟୋର କରି ପରିବାର ଚଳାଉ ଥିବା ବେଳେ ଝିଅ ଆଜି ପାଇଛି ଓଡିଶା ପ୍ରଶାସନିକ ସେବାରେ ଚାକିରି । ତେଣୁ ପରିବାର ଲୋକଙ୍କ ସହିତ ପଡୋଶି ଓ ଜିଲ୍ଲାବାସୀ ବେସ ଖୁସିବ୍ୟକ୍ତ କରିଛନ୍ତି । ବାପା ମାଁ ମଧ୍ୟ ଝିଅର ଏହି ସଫଳତାରେ ଜିଲ୍ଲାର ଇଷ୍ଟ ଦେବୀ ମାଁ ଶୁରେଶ୍ୱରୀ ଓ ତୁଳସୀଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଓ ଗୁରୁଜନ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଲୋକମାନେ ନିଜର ଝିଅ ମାନଙ୍କୁ ପାଠ ପଢାଇବାରେ ଧ୍ୟାନ ଦେଲେ ଝିଅ ମାନେ ମଧ୍ୟ ଆଗକୁ ବଢିବେ ବୋଲି କହିଛନ୍ତି ବାପା ମାଁ । ତେବେ ଏହିସଫଳତା ପାଇଁ ତୁଳସିଙ୍କ ପାଖକୁ ଏବେ ପ୍ରଶଂସା ର ସୁଅ ଛୁଟୁଛି ।

Post a Comment