ଘୁନସର ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ


ବଲାଙ୍ଗିର ୧୫/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକାଶ ଦାସ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଗିରିଧାରୀ ମାଝୀ ଓ ଲମ୍ବୋଧର ଧରୁଆଙ୍କୁ ସୈନ୍ୟ ବିଭାଗରେ ଚାକିରୀ ପାଇ ପ୍ରଥମ କରି ଘୁନସର ନିଜ ଘରକୁ ଆସିଥିବାରୁ ତାଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇ ମାନପତ୍ର ଏବଂ ଉପ -ଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବତା ନିଜର ବ୍ୟକ୍ତିଗତ ପାଣ୍ଠିରୁ (ନିଜ ଦରମାରୁ )ପ୍ରତି ମାସରେ ନବମ ଓ ଦଶମ ଶ୍ରେଣୀ ର ଦୁଇ ଜଣ ଛାତ୍ର ଛାତ୍ରୀଙ୍କୁ ଚୟନ କରି "Best Student of the Month"ଆୱାର୍ଡ ଦେବା ପାଇଁ ଘୋଷଣା କରିଥିଲେ । ଏନେଇ ଚଳିତ ଅଗଷ୍ଟ ମାସରେ ଏହି ଆୱାର୍ଡ ଦଶମ ଶ୍ରେଣୀର ଡିଲେଶ୍ଵରୀ ମାଝୀ ଏବଂ ନବମ ଶ୍ରେଣୀର ଶୁଭମ ବିଶ୍ୱାଳଙ୍କୁ ଆଜିକାର ଦିନରେ ପ୍ରଦାନ କରିଥିଲେ । ଉକ୍ତ ଏହି ଆୱାର୍ଡକୁ "ବିଦ୍ୟାବାନ ଭଵଃ "ନାମରେ ପ୍ରଧାନ ଶିକ୍ଷକ ଘୋଷଣା କରିଥିଲେ । ପ୍ରତି ମାସରେ ଏହି ଆୱାର୍ଡ ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କଲେ । ପ୍ରକାଶ ଥାଉକି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବତାଙ୍କ ଏପରି ଛାତ୍ରଛାତ୍ରୀ ସମ୍ମୋଧନକୁ ଅଭିଵାବକ ତଥା ବ୍ଲକ ଏବଂ ଜିଲାରେ ପ୍ରଥମ ଥର ହୋଇଥିବାରୁ ତାଙ୍କୁ ଭୁରିୟସୀ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରି ଉସତ ଗଡତ୍ୟା,ଝରଣା କର,ଗୌର ମାଝୀ,ରଥ ଗୁରୁ,ଡୋଳାମଣି ପଧାନ,କୃଷ୍ଣଧର ପାତ୍ର,କାନ୍ହୁ ଚରଣ ସାହୁ,ଦୁର୍ଯୋଧନ ସାହୁ, ଉମେଶ ମାଝୀ,ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post