କଣ୍ଟାମାଳ ( ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟି ଦୀର୍ଘ ୬ମାସରୁ ଉର୍ଦ୍ଧ୍ବ ହେଲାଣି ଅଚଳ ହୋଇ ପଡ଼ି ରହିଛି । ଯାହା ଫଳରେ ଦୈନିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଶହ ଶହ ରୋଗୀ ପିଇବା ପାଣି ଟୋପାଏ ପାଇଁ ବହୁତ ହଇରାଣ ହେଉଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ଡାକ୍ତର ଖାନା କୁ ଆସୁଥିବା ରୋଗୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ସହ ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ପ୍ରକଳ୍ପ ଟି ଦୀର୍ଘ ୬ମାସରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇ ପଡ଼ିରହିଛି । ପାନୀୟ ଜଳର ଅସୁବିଧା ସମ୍ପର୍କରେ ରୋଗୀ ଓ ସମ୍ପର୍କୀୟ ମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର କୌଣସି ସମାଧାନ ହୋଇ ପାରି ନ ଥିବା କହିଛନ୍ତି । ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଅଚଳ ହୋଇ ପଡ଼ି ଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଆନ୍ତରିକତା ର ଅଭାବ ଯୋଗୁଁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହୋଇ ପାରୁ ନାହିଁ । ଯାହା ଫଳରେ ରୋଗୀ ଓ ସମ୍ପର୍କୀୟ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉକ୍ତ ଅଚଳ ପାନୀୟ ଜଳ ପ୍ରକଳ୍ପ କୁ ସଚଳ କରିବାକୁ ସାଧାରଣରେ ଦାବି ହେଉଛି ।

Post a Comment