ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନିଲଜି ଗ୍ରାମ ର ସତ୍ୟ ମହିମା ଆଶ୍ରମ ଠାରେ ଆଜି ମହିମା ଧର୍ମାବଲମ୍ବୀ ସାଧୁ ଭକ୍ତ ମାନେ ନବାର୍ଣ୍ଣ ଭକ୍ଷଣ ପର୍ବ ପାଳନ କରିଛନ୍ତି । ଉକ୍ତ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାତିରେ ଆଶ୍ରମ ପରିଚାଳକ ମଠାଧୀଶ ସାଧୁ ଶ୍ରୀ ରବୀନ୍ଦ୍ର ଦାସ ବାବା ବ୍ରହ୍ମ ଧ୍ୱନି ଜାଳିବା ସହିତ ଭକ୍ତ ମାନେ ରାତିସାରା ଭଜନ ଗାନ, ପ୍ରବଚନ ଓ ମହିମା ଧର୍ମ ସମ୍ବନ୍ଧରେ ଆଲୋଚନା କରିଥିଲେ। ପରେ ଆଜି ସକାଳ ବ୍ରହ୍ମ ମୁହୂର୍ତ ରେ ପଣା ଢାଳି ସେ ଉକ୍ତ ଯଜ୍ଞ ର ପୂର୍ଣ୍ଣାହୁତି କରିଥିଲେ। ପରବର୍ତୀ ସମୟରେ ମହିମା ସ୍ୱାମୀଙ୍କୁ ନୂଆଁ ଅର୍ଥ ସମର୍ପଣ କରି ଶହ ଶହ ଭକ୍ତ ମିଳିତ ଭାବେ ଉକ୍ତ ନବାନ୍ନ ଭକ୍ଷଣ କରିଥିଲେ। ପ୍ରସାଦ ସେବନ ପରେ ଭକ୍ତ ମାନେ ମିଳିତ ଭାବେ ମହିମା ସ୍ୱାମୀଙ୍କୁ ମୁଣ୍ଡିଆ ମାରିବା ସହିତ ସାଧୁଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ପରେ ଭକ୍ତ ଭାଇମାନେ ମଧ୍ୟ ନିଜ ନିଜ ଭିତରେ ଶରଣ ମାନ୍ୟ କରି ଭେଟଘାଟ ହୋଇଥିଲେ। ପ୍ରାୟ ଅନେକ ବର୍ଷ ହେବ ଏହି ପର୍ବ ଉକ୍ତ ଆଶ୍ରମ ରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି। ଏହି ଆଶ୍ରମ କୁ ଛତିଶଗଡ଼ ନବରଙ୍ଗପୁର କଳାହାଣ୍ଡି ଚନ୍ଦାହାଣ୍ଡି ତଥା ଅନେକ ରାଜ୍ୟ ଏବଂ ଗ୍ରାମରୁ ଶତାଧିକ ମହିମା ଭକ୍ତ ମାନେ ଆସି ଉକ୍ତ ପର୍ବ ପାଳନ କରିଛନ୍ତି। ଏ ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ (ଖଡ଼ିଆଳ ବିଧାୟକ) ଯୋଗ ଦେଇ କମ୍ୟୁନିଟି ହଲ ଉଦଘାଟନ କରିଥିଲେ ଏବଂ ଆଗାମୀ ଦିନରେ ମଠର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ସହଯୋଗ କରିଥିଲେ ସାଧୁ ଗୌରାଙ୍ଗ ଦାସ,ରାମଚନ୍ଦ୍ର ଦାସ,ଗୋବିନ୍ଦ ତ୍ୟାଗୀ,ମାର୍କଣ୍ଡ ତ୍ୟାଗୀ, ଜୟପାଳ ନାଗ ଙ୍କ ସମେତ ସମସ୍ତ ମହିମା ଧର୍ମାବଲମ୍ବୀ ଭକ୍ତ ବୃନ୍ଦ ଉପସ୍ଥିତ ରହି ନିଜ ନିଜ ଦାଇତ୍ଵ ନିର୍ବାହ କରିଥିଲେ ।

Post a Comment