ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବାଗତ ସମାରୋହ ଉତ୍ସବ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ଚଳିତ ବର୍ଷ ସରକାରଙ୍କ ତରଫରୁ ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବରେ ଉନ୍ନୀତ କରିଥିବାରୁ ପ୍ରଥମ କରି ଯୁକ୍ତ ଦୁଇ କଲାରେ ନାମ ଲେଖାଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ନୂତନ ଅଧ୍ୟାପକ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ରେଙ୍ଗାଲି ସ୍ଥିତ ହରିଶଙ୍କର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ବାଗତ ଉତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନବିନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର ଏବଂ ସମ୍ମାନନିୟ ଅତିଥି ଭାବେ ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଏ.ବି.ଇ.ଓ. ମୀନିକେତନ ବରିହା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସହିତ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସଂସ୍କୃତ ଶିକ୍ଷକ ମଧୁସୂଦନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଖ ପାଖ ଅଞ୍ଚଳର ସାହସ୍ରାଧିକ ଜନସାଧାରଣର ସ୍ୱାଗତ ସମାରୋହରେ ଭାଗ ନେଇଥିଲେ । ପ୍ରକାଶ ଥାଉ କି, ରେଙ୍ଗାଲି ପଞ୍ଚାୟତ ଏକ ଦାଦନ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠି ଗୋଟିଏ କଲେଜ ସ୍ଥାପନା କରିଥିବାରୁ ସରକାର ତଥା ପ୍ରଶାସନ କୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି ।

Post a Comment