ରେମୁଣାରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ


ବାଲେଶ୍ଵର,୧୪/୮ (ଲକ୍ଷ୍ମୀଧର ବାରିକ) ରେମୁଣା ସ୍ବାଭିମାନ ମଞ୍ଚ ତରଫରୁ ଆଜି ଅପରାହ୍ନରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ରେମୁଣା ଗୌଡିୟ ମଠ ନିକଟରୁ ଆରମ୍ଭ ହୋଇ ଶିଶୁ ମନ୍ଦିର ଛକ ଖୁସାଲିଗଞ୍ଜ, ତାରିଣୀ ଛକ, ହାତିଆ ଗଣ୍ଡ ଛକ, ରେମୁଣା ବଜାର ପରିକ୍ରମା କରି ମନ୍ଦିର ଛକରେ ଅଖଣ୍ଡ ଭାରତ ମାତା ପୂଜନ କାର୍ଯ୍ୟକ୍ରମ ହୋଇ ସମାପନ ହୋଇଥିଲା। ପଥପ୍ରାନ୍ତ ସଭାରେ ମୁଖ୍ୟଅତିଥି ଭାବେ ଗବେଷକ ହରେକୃଷ୍ଣ ଗିରି, ମୁଖ୍ୟବକ୍ତା ଭାବେ ବରିଷ୍ଠ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଷ୍ଣୁ ମୋହନ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଯୋଗ ଦେଇ ଅଖଣ୍ଡ ଭାରତ ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ଯୋରନ୍ଦା ଆଶ୍ରମରୁ ବାବା ଅରୁପାନନ୍ଦ ଦାସ, ବାବା ଭାବ ଦାସ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡା. ଶ୍ରୀମାଧବ ସେଠୀଙ୍କ ସଂଯୋଜନାରେ ଡମ୍ବରୁଧର ମହାପାତ୍ର, ବିକାଶ ପାଢ଼ୀ, ରାଜେନ୍ଦ୍ର ଦାସ, ମଞ୍ଜିତ ପଟ୍ଟନାୟକ, ହରେନ୍ଦ୍ର ମଣ୍ଡଳ, ହେମନ୍ତ ଦାସ, ପ୍ରସଂଜିତ ମିଶ୍ର, ଗୌରାଙ୍ଗ ସେଠୀ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ବେହେରା ପ୍ରମୁଖଙ୍କ ପରିଚାଳନାରେ ୫ ଶହରୁ ଊର୍ଦ୍ଧ୍ବ ଯୁବକଙ୍କ ଦ୍ବାରା ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶେଷରେ ମଞ୍ଚର ସଭାପତି ଡା. ଶ୍ରୀମାଧବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ମନ୍ଦିର ଛକରେ ନିର୍ମିତ ଅଖଣ୍ଡ ଭାରତ ମାତାର ରଙ୍ଗୋଲି କରାଯାଇଥିଲା। ତ୍ରିରଙ୍ଗା ଯାତ୍ରା ସମୟରେ ଅଞ୍ଚଳବାସୀଙ୍କ ଦ୍ବାରା ଫୁଲ ପକାଇ ଶଙ୍ଖ ଧ୍ୱନି‌େର ସ୍ବାଗତ କରାଯାଇଥିଲା।

Post a Comment

Previous Post Next Post