ଜଳେଶ୍ୱର, ୧୪ ।୦୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଶ୍ରୀରାମପୁର ପଂଚାୟତ ବ୍ରଜେଶ୍ୱରୀ ନୋଡାଲ ଉ.ପ୍ରା. ବିଦ୍ୟାଳୟର ଜନୈକ ଶିକ୍ଷକଙ୍କ ହଠାତ୍ ବଦଳିକୁ ନେଇ ଅଭିଭାବକ ସଂଘ ପକ୍ଷରୁ ୧୪ତାରିଖ ଦିନ ୧୦ଟାରୁ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବିଦ୍ୟାଳୟରେ ୧୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ଜଣ ଶିକ୍ଷକ ରହିଛନ୍ତି । ପୂର୍ବରୁ ୨ଜଣ ଶିକ୍ଷକଙ୍କ ପଦବୀ ଖାଲି ପଡିଥିବା ବେଳେ ବିଦ୍ୟାଳୟ କମିଟିକୁ ନ ଜଣାଇ ପୁଣି ଜଣେ ଭଲ ଶିକ୍ଷକଙ୍କୁ ହଠାତ୍ ବଦଳି କରାଯାଇ ଥିବାରୁ ଅଭିଭାବକ ମାନେ ଧାରଣାରେ ବସିଥିଲେ । ବଦଳି କରାଯାଇଥିବା ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ସହତ ଅନ୍ୟ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ କରିବା ସହିତ ପରୀକ୍ଷା ଚାଲିଥିବା ସମୟରେ ଶିକ୍ଷକଙ୍କୁ ବଦଳି କାହିଁକି କରାଯାଇଛି ତାର ଜବାବ ମାଗିଥିଲେ । ଅପରାହ୍ନରେ ଜଳେଶ୍ୱର ଏବିଇଓ ଧାରଣା ସ୍ଥଳରେ ପହଂଚି ଧାରଣାକାରୀଙ୍କ ସହିତ କଥାବାର୍ତା କରି ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ରଶ୍ମିରେଖା ସେଠୀ, ଶାନ୍ତିଲତା ଗିରି, ପ୍ରତିଭା ଘୋଷ, ମଣିମାଳା ବେହେରା, ସୁଭଦ୍ରା ଦତ, ଶମ୍ଭୁନାଥ ବିଶ୍ୱାଳ, ଉତମ ପ୍ରଧାନ, ତପନ ପାଇକିରା, ଗୋପାଳ ବିଶ୍ୱାଳ, ପ୍ରଭାକର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ବହୁ ଅଭିଭାବକ ଧାରଣାରେ ବସିଥିଲେ ।

Post a Comment